Only for Entertainment

ଦୀପବୀରଙ୍କ ରିସେପସନରେ ପହଂଚିଲେ ନାହିଁ ରଣବୀର-ଆଲିୟା,ଜାଣନ୍ତୁ କାରଣ ।

bollywood tadka
27

ରଣବୀର ସିଂ ଏବଂ ଦୀପିକା ପାଦୁକୋନଙ୍କ ରିସେପସନରେ ହଜାରରୁ ଅଧକ ତାରକା ପହଂଚିଥିଲେ । କିନ୍ତୁ ଦୀପିକାଙ୍କ ଏକ୍ସ ବଏଫ୍ରେଣ୍ଡ ରଣବୀର କପୁର ଏବଂ ଅଭିନେତ୍ରୀ ଆଳିୟା ଭଟ୍ଟ ପହଂଚି ନଥିଲେ ।ଦୁଇଜଣ ପାର୍ଟିରେ ନପହଂଚିବାକୁ ନେଇ ଖୁବ ଚର୍ଚ୍ଚା ହେଉଛି ।

ଖବର ଅନୁସାରେ ଦୁଇ ଜଣ ନ ପହଂଚିଥିବାର କାରଣ କିଛି ଭିନ୍ନ ।ବାସ୍ତବରେ ଆଲିୟା ଏବଂ ରଣବୀର ଫିଲ୍ମ ବ୍ରହ୍ମାସ୍ତ୍ରର ସୁଟିଂରେ ବ୍ୟସ୍ତ ଅଛନ୍ତି ।ସୂଚନା ମୁତାବକ ଦୁଇଜଣ ୧ ଡିସେମ୍ବରକୁ ମୁମ୍ବାଇରେ ପ୍ରାୟ ୨୦ ଘଂଟାର ସୁଟିଂରେ ବ୍ୟସ୍ତ ଥିଲେ ।ଏହି କାରଣରୁ ଦୁଇ ଜଣ ପାର୍ଟିରେ ସାମିଲ ହୋଇପାରିଲେ ନାହିଁ ।

ଦୀପିକା ଏବଂ ଆଲିୟା କଫି ୱିଦ କରନକୁ ଆସିଥିଲେ ଏବଂ ଦୁଇ ଜଣଙ୍କ ମଧ୍ୟରେ ବନ୍ଧୁତା ଥିବା କଥା ମଧ୍ୟ କହିଥିଲେ ।ଉଭୟ ପରସ୍ପରର ସଂପର୍କକୁ ନେଇ ମଧ୍ୟ ଖୋଲିକରି କଥା ହୋଇଥିଲେ ।ଅନ୍ୟ ପକ୍ଷରେ ଶୁଣିବାକୁ ମିଳୁଛିଯେ ଦୀପିକା ଏବଂ ରଣବୀର ପୁଣିଥରେ ଏକା ସାଙ୍ଗରେ ନଜର ଆସିବେ । ତେବେ ରଣବୀର ସାଇନ କରି ସାରିଛନ୍ତି । କିନ୍ତୁ ଦୀପିକା ଦୀପିକା ସ୍କ୍୍ରିପ୍ଟ ଶୁଣିଥିଲେ ମଧ୍ୟ ହଁ କରିନାହାଁନ୍ତି । ଯଦି ତାଙ୍କୁ ସ୍କ୍ରିପ୍ଟ ଭଲ ଲାଗେ ତେବେ ସେ ଫିଲ୍ମ ସାଇନ କରିବେ ।ଉଭୟ ପୂର୍ବରୁ ବଚନା ଏ ହସିନୋ,ୟେ ଜୱାନୀ ହୈ ଦିୱାନୀ ଏବଂ ତମାସାରେ ଏକା ସାଙ୍ଗରେ ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More