Only for Entertainment

ଦୀପିକାଙ୍କ ଆଲମିରାରୁ ଏହି ଜିନିଷ ନିଅନ୍ତି ରଣବୀର

50

ପରସ୍ପରକୁ କିଛି ବର୍ଷ ଡେଟ୍‌ କରିବା ପରେ ନଭେମ୍ବର ୨୦୧୮ରେ ବିବାହ କରିଥିଲେ ବଲିଉଡ୍‌ର ବାଜିରାଓ ମସ୍ତାନି । ବିବାହ ପରେ ଅନେକ ସମୟରେ ଦୁହେଁ ଦୁହିଁଙ୍କୁ ପ୍ରଂଶସା କରୁଥିବାର ଦେଖା ଯାଇଛି । ଭାଲେଣ୍ଟାଇନ୍‌ ଡେ’ ଆଗକୁ ଥିବା ବେଳେ ଏ ନେଇ ସେମାନେ କିଛି ଖାସ୍‌ ଯୋଜନା କରିଥିବାର ସୂଚନା ମିଳିଛି । ରଣବୀରଙ୍କ ଆଗାମୀ ଫିଲ୍ମ ‘ଗଲି ବଏ’ ଦେଖି ଦୁହେଁ ଚଳିତ ବର୍ଷର ଭାଲେଣ୍ଟାଇନ୍‌ ଡେ’ ପାଳନ କରିବେ ବୋଲି ଜଣାପଡ଼ିଛି । ଏବେ ଏତେ ସବୁ ଚର୍ଚ୍ଚା ମଧ୍ୟରେ ରଣବୀର ଦୀପିକାଙ୍କ ଆଲ୍‌ମାରୀରୁ କ’ଣ ଧାର୍‌ ନେଇଥାନ୍ତି, ସେ ବିଷୟରେ ଦୀପିକା ଜଣାଇଛନ୍ତି ।

ମଙ୍ଗଳବାର ଅନୁଷ୍ଠିତ ହୋଇଥିବା ଗ୍ଲାମର ଆଣ୍ଡ ଷ୍ଟାଇଲ ଆଓ୍ଵାର୍ଡରେ ଦୀପିକାଙ୍କୁ ରଣବୀରଙ୍କ ପୋଷାକ ଚୟନକୁ ନେଇ ପଚରା ଯାଇଥିଲା ।ଏହାର ଉତ୍ତରରେ ସେ କହିଥିଲେ, ମୋତେ ଲାଗୁଛି କି ସେ ଜାଣି ଜାଣି ଏପରି କରନ୍ତି । ଆମେ ଦୁହେଁ ପରସ୍ପରର ଜିନିଷ ବ୍ୟବହାର କରିଥାଉ । ମୁଁ ତାଙ୍କ ଆଲ୍‌ମାରୀରୁ ଟି-ସାର୍ଟ ଏବଂ ସ୍ୱେଟ୍‌ ସାର୍ଟ ନେଇଥାଏ ଏବଂ ସେ ମୋ ଆଲମାରୀରୁ ସନ୍‌ଗ୍ଲାସ ନେଇଥାନ୍ତି ବୋଲି କହିଥିଲେ ଦୀପିକା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More