Only for Entertainment

ବିବାହ ପୂର୍ବରୁ ନନ୍ଦି ପୂଜା କରିବେ ରଣବୀର ଏବଂ ଦୀପିକା ।

Zee News
0 62

ବଲିଉଡରେ ଏବେ ବିବାହର ଟ୍ରେଣ୍ଡ ଚାଲିଛି । ପ୍ରଥମେ ଅନୁଷ୍କା ଏବଂ ବିରାଟ ଓ ପରେ ନେହା ଧୂପିଆ ଏବଂ ଅଙ୍ଗଦ । ବିବାହ ସେତିକିରେ ସୀମିତ ରହିନାହିଁ ଏହା ଏକ ଟ୍ରେଣ୍ଡ ହୋଇ ଏକରୁ ଏକାଧିକ ହେବାରେ ଲାଗିଛି । ଏଥିରେ ବର୍ତ୍ତମାନ ଯୋଡ଼ି ହୋଇଛନ୍ତି ବହୁ ଚର୍ଚ୍ଚିତ ଯୋଡ଼ି ନିକ ଜୋନସ ଏବଂ ପ୍ରିୟଙ୍କା ଚୋପ୍ରା । ଦୁଇ ଜଣଙ୍କର ନିକଟରେ ନିର୍ବନ୍ଧ ସରିଯାଇଛି । ତେବେ ଏହି ଦୁଇ ଯୋଡ଼ି ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି ତାହା ସମସ୍ତେ ଜାଣନ୍ତି,କିନ୍ତୁ ରଣବୀର ଏବଂ ଦୀପିକା ମଧ୍ୟ ଏହି ଟ୍ରେଣ୍ଡରେ ସାମିଲ ହୋଇଛନ୍ତି ।

ସୁଚନା ଅନୁସାରେ ରଣବୀର ଏବଂ ଦୀପିକା ଖୁବଶୀଘ୍ର ବିବାହ କରିବେ । । ଦୁଇ ଜଣଙ୍କ ନିର୍ବନ୍ଧକୁ ନେଇ ଏବେ ବେଶ୍ ଚର୍ଚ୍ଚା ଚାଲିଛି । ନିକଟରେ ଖବର ମିଳିଛିଯେ ପ୍ରିୟଙ୍କାଙ୍କ ଭଳି ଦୀପିକା ଆଉ ରଣବୀର ମଧ୍ୟ ନନ୍ଦି ପୂଜା କରିପାରନ୍ତି । ତାଙ୍କ ମାଆ ଉଜାଲା ପାଦୁକନ୍ ନିର୍ବନ୍ଧର ଠିକ୍ ୧୦ ଦିନ ପୂର୍ବରୁ ଏହି ନନ୍ଦି ପୂଜାରେ ବ୍ୟସ୍ତ ରହିବେ, କାରଣ ଏହି ପୂଜା ତାଙ୍କ ବେଙ୍ଗାଲୁର ସ୍ଥିତ ଘରେ ହେବ । ଖବର ମୁତାବକ ନଭେମ୍ବର ୨୦ ସୁଧା ଦୁହେଁ ବିବାହ ବନ୍ଧନରେ ବନ୍ଧି ହେବେ । ବଲିଉଡ଼ର ଏହି ଜନପ୍ରୀୟ ଯୋଡ଼ିଙ୍କ ବିବାହ ଏକ ବଡ଼ ଇଭେଣ୍ଟକହିବା ଭୁଲହେବ ନାହିଁ । ଖବର ଅନୁସାରେ ଦୁଇ ଜଣଙ୍କ ବିବାହ ଗୁପ୍ତ ଭାବରେ ହେବ ଏବଂ ପରେ ରିସେପସନ୍ ପାର୍ଟି ଦିଆଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More