Only for Entertainment

ବିବାହ ଫାଇନାଲ ହେବା ପରେ ରଣବୀର-ଦୀପିକାଙ୍କୁ ନୂଆ ନାମ ଦେଲେ ଫ୍ୟାନ୍ସ , ଜାଣନ୍ତୁ କ’ଣ ।

Gulf Daily News
0 61

ବଲିଉଡର ଚର୍ଚ୍ଚିତ ଯୋଡି ଅଭିନେତା ରଣବୀର ସିଂ ଓ ଅଭିନେତ୍ରୀ ଦୀପିକା ପାଦୁକୋନ ଏବେ ନିଜର ବିବାହକୁ ନେଇ ଅଧିକ ଚର୍ଚ୍ଚାରେ । ଫ୍ୟାନ୍ସ ତାଙ୍କ ବିବାହକୁ ନେଇ ଖୁବ ଉତ୍ସାହିତ ଅଛନ୍ତି । ନିକଟରେ ଫିଲ୍ମ ଫେୟାର୍ସ ଟ୍ୱିଟର ଆକାଉଣ୍ଟରେ ଦୁହିଁଙ୍କ ବାହାଘର ସ୍ଥାନ ଓ ତାରିଖ ସହ ଗେଷ୍ଟ ଲିଷ୍ଟ ମଧ୍ୟ ପୋଷ୍ଟ କରାଯାଇଛି । ଦୁହେଁ ନଭେମ୍ବର ୨୦ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ଫିଲ୍ମ ଫେୟାର୍ସ ଟ୍ୱିଟର ଆକାଉଣ୍ଟରୁ ସୂଚନା ମିଳିଛି ।

ଦୁହେଁ ଇଟାଲିର ଲେକ କୋମାରେ ବିବାହ କରିବେ । ଏହି ବିବାହରେ ୩୦ ଜଣ ଅତିଥି ଯୋଗ ଦେବେ ବୋଲି ଜଣା ପଡିଛି । ଏମାନଙ୍କ ବିବାହ ଡେଟ ଫାଇନାଲ ହେବା ପରେ ରଣବୀର-ଦୀପିକାଙ୍କ ଯୋଡିକୁ ତାଙ୍କ ଫ୍ୟାନ୍ସ ନୂଆ ନାଁ ଦେଇଛନ୍ତି । ଦୁହିଁ ନାଁ “ରାମ୍ବୋ-ଡିମ୍ପିି’ ଦେଇଛନ୍ତି ତାଙ୍କ ଫ୍ୟାନମାନେ ।

ranveer-singh-deepika-padukone

ଏବେ ବିବାହ ପାଇଁ ସପିଂରେ ବ୍ୟସ୍ତ ଅଛନ୍ତି ଏହିି ସେଲିବ୍ରିଟି ଯୋଡି । ଏପଟେ ବିବାହ ପାଇଁ ଉଭୟ କୌଣସି ଫିଲ୍ମରେ ସାଇନ କରୁନାହାନ୍ତି ବୋଲି ଜଣା ପଡିଛି । ଦୁହେଁ ସାଇନ କରିଥିବା ଫିଲ୍ମଗୁଡିକ ଯଥାଶୀଘ୍ର ଶେଷ କରିବା ପାଇଁ ଚେଷ୍ଟା ମଧ୍ୟ ଜାରି ରଖିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More