Only for Entertainment

ଏବେ ବିବାହ,ଜନ୍ମଦିନ ଏବଂ ବ୍ରତଘରେ ପରଫର୍ମ କରିବା ପାଇଁ ଆପଣ ମଧ୍ୟ ଡାକିପାରିବେ ରଣବୀରଙ୍କୁ, ଏଭଳି କରନ୍ତୁ ବୁକିଂ !

27

ରଣବୀର ସିଂ ଅନେକ ଥର ସୋସିଆଲରେ କିଛି ବି ମଜାକିଆ ପୋଷ୍ଟ କରିଦିଅନ୍ତି । ସେହିପରି ତାଙ୍କର ଏକ ପୋଷ୍ଟ ଚର୍ଚ୍ଚାର ବିଷୟ ପାଲଟିଛି । ଅସଲରେ ବିବାହ ଋତୁ ଆରମ୍ଭ ହୋଇଛି । ସେହିକାରଣରୁ ରଣବୀର ଏକ ଫଟୋ ଶେୟାର କରି ଲେଖିଛନ୍ତି ଯେ ବିବାହ ଋତୁ ଆରମ୍ଭ ହୋଇଗଲାଣି । ମନୋରଂଜନ ପାଇଁ ନିଶ୍ଚୟ ଡାକନ୍ତୁ । ଇଭେଂଟ, ବିବାହ, ଜନ୍ମଦିନ ପାର୍ଟି ଏବଂ ମୁଣ୍ଡନ ପାଇଁ ଉପଲବ୍ଧ ଅଛି । ଫଟୋରେ ରଣବୀର ଏକ ନୀଳ ରଂଗର ଶେରୱାନୀରେ ନଜର ଆସିଛନ୍ତି । ଅଭିନେତାଙ୍କ ଏହି ପୋଷ୍ଟରେ ଦୀପିକା ବଡ ମଜାଦାର କମେଂଟ ଦେଇଛନ୍ତି । ଦୀପିକାଙ୍କ ବ୍ୟତୀତ ଅନେକ କଳାକାର ମଧ୍ୟ ଏହି ପୋଷ୍ଟରେ କମେଂଟ କରିଛନ୍ତି ।

ଦୀପିକା କମେଂଟରେ ଲେଖିଛନ୍ତି ଯେ, ବୁକିଂ କରିବା ପାଇଁ ଦୀପିକା ପାଦୁକୋଣକୁ ଯୋଗାଯୋଗ କରନ୍ତୁ । ସେହିଭଳି ଏକତା କପୂର କମେଂଟ କରିଛନ୍ତି ଯେ ବର ଆବଶ୍ୟକ, ମ୍ୟାନେଜର କିଏ? ତାଙ୍କୁ ଯୋଗାଯୋଗ କରାଯିବ ।

 

View this post on Instagram

 

Shaadi Season is here! Entertainer for Hire. 🕺🏿 Available for events, wedding, budday party, mundan 🎊

A post shared by Ranveer Singh (@ranveersingh) on

ତେବେ ଏଠାରେ ରଣବୀରଙ୍କ ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ଏବେ ସେ ‘୮୩’ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି । ଫିଲ୍ମର ପୂରା ସୁଟିଂ ଶେଷ ହୋଇଯାଇଛି, ଯାହାର ଖୁସିରେ ସେ ‘୮୩’ର ଟିମ ସହ ପାର୍ଟି କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More