Only for Entertainment

ଗଲି ବୟ : ଫ୍ୟାନ୍ସଙ୍କୁ ପସନ୍ଦ ଆସିଲା ନାହିଁ ରଣବୀରଙ୍କ ଫିଲ୍ମ, କହଲେ ସୁପର ଫ୍ଲପ

DNA India
31

Rating

8
Awesome
  • IMDb 7.9
  • Times Of India 8

ରଣବୀର ସିଂ- ଆଲିଆ ଭଟ୍ଟଙ୍କ ଫିଲ୍ମ ‘ଗଲି ବୟ’ ୧୪ ଫେବୃଆରୀରେ ରିଲିଜ ହୋଇସାରିଛି । ଫିଲ୍ମକୁ ନେଇ ସୋସିଆଲ ମିଡିଆରେ ଜବରଦସ୍ତ ବଜ ଦେଖିବାକୁ ମିଳିଛି । ଫିଲ୍ମର ସ୍ପେଶାଲ ସ୍କ୍ରିନିଂ ପରେ କ୍ରିଟିକ୍ଟ ଏହାକୁ ପସନ୍ଦ କରିଥିବା ବେଳେ ଫିଲ୍ମକୁ ନେଇ ଫ୍ୟାନ୍ସଙ୍କ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମଳିଛି ।

ସୋସିଆଲ ମିଡିଆରେ ଫ୍ୟାନ୍ସ ରଣବୀରଙ୍କ ଏହି ଫିଲ୍ମକୁ ସୁପର ଫ୍ଲପ ଏବଂ ମୁଣ୍ଡବିନ୍ଦା ବୋଲି କହିଥିବା ବେଳେ ଅନ୍ୟ କେତେକ ଫିଲ୍ମର ଅବଧିକୁ ନେଇ ପ୍ରଶ୍ନ ଉଠାଇଛନ୍ତି । କିନ୍ତୁ ସୁମ୍ବାଇରେ ହୋଇଥିବା ଫିଲ୍ମର ସ୍ପେଶାଲ ସ୍କ୍ରିନିଂରେ କଳାକାର ଏହାକୁ ଦେଖିବା ପରେ ପସନ୍ଦ କରିଛନ୍ତି । ଦିୟା ମିର୍ଜା ଟ୍ୱିଟ କରି ଜୋୟା ଅଖତର, ଆଲିଆ ଭଟ୍ଟ ଏବଂ ରଣବୀର ସିଂଙ୍କ କାମକୁ ପ୍ରଶଂସା କରିଛନ୍ତି ।

ଦେଖନ୍ତୁ ଫିଲ୍ମକୁ ନେଇ ଫ୍ୟାନ୍ସଙ୍କ ପ୍ରିତିକ୍ରିୟା-


କହିରଖୁଛୁ ଯେ, ଏହି ଫିଲ୍ମର ନିର୍ଦ୍ଦେଶନା ଜୋୟା ଅଖତର ଦେଇଥିବା ବେଳେ ଫିଲ୍ମର କାହାଣୀ ର‌୍ୟାପର ଡିଭାଇନ ଏବଂ ନେଜୀଙ୍କ ଷ୍ଟ୍ରଗଲିଂ କ୍ୟାରିୟରକୁ ନେଇ ପ୍ରେରିତ । ଫିଲ୍ମରେ ରଣବୀର-ଆଲିଆଙ୍କ ବ୍ୟତିତ କଲ୍କି କୋଚଲିନ ଏବଂ ସିଦ୍ଧାନ୍ତ ଚତୁର୍ବେଦୀ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି । ଫିଲ୍ମ ‘ଗଲି ବୟ’ ବର୍ଲିନ ଫିଲ୍ମ ଫେଷ୍ଟିଭାଲରେ ମଧ୍ୟ ସ୍କ୍ରିନିଂ କରାଯାଇଥିଲା । ସେଠାରେ ଫିଲ୍ମକୁ ଜବରଦସ୍ତ ରେସ୍ପନ୍ସ ମିଳିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More