Only for Entertainment

ରଣବୀର ସିଂ ଏବଂ ଆଲିଆଙ୍କୁ ନେଇ ଫିଲ୍ମ ନିର୍ମାଣ କରିବେ କି ଭଂସାଲୀ !

YouTube
0 38

ବଲିଉଡର ଜଣାଶୁଣା ଫିଲ୍ମ ନିର୍ମାତା ସଂଜୟ ଲୀଲା ଭଂସାଲୀ ଅଭିନେତା ରଣବୀର ସିଂ ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ନେଇ ଫିଲ୍ମ ନିର୍ମାଣ କରିପାରନ୍ତି । ସଂଜୟ ଲୀଲା ଭଂସାଲୀଙ୍କ ଫିଲ୍ମ ପଦ୍ମାବତ ଚଳିତ ବର୍ଷ ରିଲିଜ ହୋଇଥିଲା । ଅନେକ ବିରୋଧ ସତ୍ତେ୍ୱ ମଧ୍ୟ ଫିଲ୍ମକୁ ଦର୍ଶକଙ୍କ ଭଲ ପ୍ରତିକ୍ରିୟା ମିଳିଥିଲା । ଫିଲ୍ମ ବକ୍ସ ଅଫିସରେ ୩୦୦ କୋଟିରୁ ଅଧିକ ଆୟ ମଧ୍ୟ କରିଥିଲା ।

ଶୁଣିବାକୁ ମିଳୁଛି ଯେ ପଦ୍ମାବତ ପରେ ସଂଜୟ ସଲମାନ ଖାନ, ହ୍ରିତିକ ରୋଶନ କିମ୍ବା ରଣବୀର ସିଂଙ୍କୁ ନେଇ ଫିଲ୍ମ ନିର୍ମାଣ କରିବେ । ତେବେ ସଂଜୟ ନିଜର ଆଗାମୀ ଫିଲ୍ମ ପାଇଁ ରଣବୀର କପୁରଙ୍କୁ ନେବେ ବୋଲି ଉଡନ୍ତା ଖବର ଶୁଣିବାକୁ ମିଳିଛି । ଏବଂ ସେ ରଣବୀରଙ୍କ ସହିତ ଆଲିଆଙ୍କୁ କାଷ୍ଟ କରିବାକୁ ଚାହାଁନ୍ତି ।

alia

ଖବର ଅନୁସାରେ ସଂଜୟ ଆଲିଆଙ୍କ ଅଭିନୟରେ ଖୁବ ପ୍ରଭାବିତ । ସେଥିପାଇଁ ସେ ରଣବୀର ଏବଂ ଆଲିଆଙ୍କ ଯୋଡିକୁ ଦର୍ଶକଙ୍କ ସାମ୍ନାକୁ ଆସିବାକୁ ଚାହାଁନ୍ତି । ଯଦି ଏହି ଖବର ସତ ହୁଏ ତେବେ ଏକ ନୂଆ ଯୋଡିଙ୍କୁ ଆଉ ଏକ ଫିଲ୍ମରେ ଦେଖିବାକୁ ମିଳିବ ।

ଫିଲ୍ମ ବିଷୟରେ କହିବାକୁ ଗଲେ ରଣବୀର ଏବଂ ଆଲିଆ ଖୁବ ଶୀଘ୍ର ଫିଲ୍ମ ଗଲି ବୟରେ ନଜର ଆସିବେ । ଏହାର ସୁଟିଂ ନିକଟରେ ଶେଷ ହୋଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More