Only for Entertainment

ହଠାତ ଦୀପିକା ଏବଂ ରଣବୀରଙ୍କ ବିବାହ ଫଟୋ ହେଲା ଭାଇରାଲ, ଜାଣନ୍ତୁ ଏହାର କାରଣ ..

upuklive
0 60

ଚଳିତ ବର୍ଷ ଅନେକ କଳାକାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏହି ସମସ୍ତ କାରଣରୁ ବଲିଉଡର ସବୁଠାରୁ ହଟ କପଲଙ୍କ ବିବାହକୁ ନେଇ ସମସ୍ତେ ଆଶା ବାନ୍ଧି ବସିଛନ୍ତି । ବର୍ତ୍ତମାନ ଆଶ୍ଚର୍ଯ୍ୟଜନକ କଥା ସାମ୍ନାକୁ ଆସିଛି । କଥାଟି ହେଉଛି ସୋସିଆଲ ମିଡିଆରେ ଏବେ ରଣବୀର ଏବଂ ଦୀପିକାଙ୍କ ବିବାହ ଗେଟଅପ ଫଟୋ ଦୃତଗତିରେ ଭାଏରାଲ ହେବାରେ ଲାଗିଛି । ବିରୁଷ୍କାଙ୍କ ପରେ ରଣବୀର ଏବଂ ଦୀପିକାଙ୍କ ଯୋଡି ଖୁବ ସୁନ୍ଦର ଦେଖାଯାଉଥିବା ନଜରକୁ ଆସିଛି ।


ଚଳିତ ବର୍ଷ ଆରମ୍ଭରେ ଦୀପିକା ଏବଂ ରଣବୀରଙ୍କ ବିବାହକୁ ଦେଇ ଅନେକ ଖବର ସାମ୍ନାକୁ ଆସିଥିଲା । କେତେବେଳେ ଦୀପିକାଙ୍କ ଜନ୍ମଦିନରେ ଶ୍ରୀଲଙ୍କାରେ ତାଙ୍କ ନିର୍ବନ୍ଧ ପ୍ଲାନର ଖବର ସାମ୍ନାକୁ ଆସିଥିଲା ତ କେତେବେଳେ ଚଳିତ ବର୍ଷ ଶେଷରେ ତାଙ୍କ ବିବାହ ହେବ ବୋଲି ଖବରର ସାମ୍ନାକୁ ଆସିଥିଲା ।

ଏହାମଧ୍ୟରେ ପ୍ରଶଂସକ ମାନେ ସମସ୍ତ ଖବରକୁ ପଛରେ ପକାଇ ଏହି ଯୋଡିଙ୍କର ବିବାହ ଲୁକ ରିଲିଜ କରି ଦେଇଛନ୍ତି । ଆଜ୍ଞା ହଁ ଏହା ସତ ଯେ, ଏହି ଯୋଡିଙ୍କର ଅନେକ ପ୍ରଶଂସକ ରହିଛନ୍ତି ଏବଂ ଏହି ଯୋଡିକୁ ସୋସିଆଲ ମିଡିଆରେ ‘ଦିପବୀର’ନାମରେ ମଧ୍ୟ ଲୋକମାନେ ଜାଣନ୍ତି । ଏହି ‘ଦିପବରୀ’ଙ୍କ ଜଣେ ପ୍ରଶଂସକ ସୋସିଆଲ ମିଡିଆରେ ବିବାହ ଲୁକର ଫଟୋ ଚିତ୍ରିତ କରି ଅପଲୋଡ କରିଛନ୍ତି । ଯାହା ଅତ୍ୟନ୍ତ ରୋମାଂଚକ ଦେଖାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More