Only for Entertainment

ଭୁଲରେ ରଣବୀର ସିଂଙ୍କ ଫଟୋ ପୋଷ୍ଟ କରିଦେଲେ କରିସ୍ମା ତନ୍ନା ।

aajtak
0 47

ଚଳିତ ଦିନରେ ନାଗିନ ଥ୍ରି ଏବଂ ରଣବୀର କପୁରଙ୍କ ସହିତ ରୋମାଂଟିକ ସିକ୍ୱେନ୍ସକୁ ନେଇ କରିସ୍ମା ତନ୍ନା ଖୁବ ଚର୍ଚ୍ଚାରେ ରହିଛନ୍ତି । ଆଗାମୀ କେତେକ ପ୍ରକଳ୍ପକୁ ନେଇ ମଧ୍ୟ ସେ ଖୁବ ବ୍ୟସ୍ତ ଅଛନ୍ତି । କିନ୍ତୁ ଏହି ମଧ୍ୟରେ କରିସ୍ମା ତନ୍ନା ଭୁଲରେ ରଣବୀର ସିଂଙ୍କ ସହିତ ଫଟୋ ସେୟାର କରିଥିଲେ । ଏହାପରେ ସେ ଅନୁଭବ କଲେ ଯେ ଏହା ଠିକ ନୁହେଁ ତେଣୁ ସେ ପରବର୍ତ୍ତୀ ମୁହୂର୍ତ୍ତରେ ଏହାକୁ ଡିଲିଟ କରିଦେଲେ । କିନ୍ତୁ ତାଙ୍କ ଫ୍ୟାନ ପେଜ୍ରେ ଏହି ଫଟୋ ଭାଇରାଲ ହୋଇ ସାରିଥିଲା ।

ରଣୀବର କପୁରଙ୍କ ସହିତ କାମ କରିବା ପରେ ଏବେ କରିସ୍ମା ତନ୍ନା ରଣବୀର ସିଂଙ୍କ ସହିତ ନଜର ଆସିବେ । ରିପୋର୍ଟ ଅନୁସାରେ ସେ ରଣବୀରଙ୍କ ସହିତ ଏକ ବିଜ୍ଞାପନ ସୁଟ କରୁଛନ୍ତି । ସେ ଖୁବଶୀଘ୍ର ରଣବୀରଙ୍କ ସହିତ ‘ଜିଙ୍ଗ୍ସ ଚାଇନିଜ’ରେ ନଜର ଆସିବେ । ରଣବୀର ଏହି କମ୍ପାନୀର ବ୍ରାଣ୍ଡ ଆମ୍ବାସେଡର । ଏହା ପୂର୍ବରୁ ମଧ୍ୟ ସେ କେତେକ ବିଜ୍ଞାପନରେ ନଜର ଆସିଛନ୍ତି । ଏହି ବିଜ୍ଞାପନର ଲୁକକୁ ମଧ୍ୟ ରଣୀବର ତାଙ୍କ ଇଂଷ୍ଟା ଆକାଉଂଟରେ ସେୟାର କରିଛନ୍ତି ।
କରିସ୍ମା ମଧ୍ୟ ବିଜ୍ଞାପନରେ ନିଜର ଲୁକକୁ ସେୟାର କରିବାକୁ ଚାହିଁଥିଲେ,କିନ୍ତୁ ବୋଧହୁଏ ନିର୍ମାତା ଏହାକୁ ସସପେନ୍ସ ରଖିବାକୁ ଚାହୁଁଥିଲେ । ତେଣୁ ସେ ଏହାକୁ ଡିଲିଟ କରି ଦେଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More