Only for Entertainment

‘ସିମ୍ବା’ର ସେଟରେ ରଣବୀରଙ୍କୁ ଗାଳି, ସାରାଙ୍କୁ ଚିହିଁବା ପାଇଁ ମନା କଲେ ନିର୍ଦ୍ଦେଶକ

ndtv
0 47

ବଲିଉଡର ବାଜିରାଓ ଅର୍ଥାତ ରଣବୀର ସିଂ ଖୁବ ଶୀଘ୍ର ଏକ ନୂଆ ଅବତାରରେ ନଜର ଆସିବେ । ରଣବୀରଙ୍କ ଆଗାମୀ ଫିଲ୍ମ୍ ‘ସିମ୍ବା’ର ସୁଟିଂ ବୁଧବାର ହାଇଦ୍ରାବାଦର ରାମୋଜୀ ଫିଲ୍ମ ସିଟିରେ ଆରମ୍ଭ ହୋଇଛି । ରଣବୀର ଫିଲ୍ମରେ ଏକ ପୋଲିସ ଅଫିସର ଭୂମିକାରେ ନଜର ଆସିବେ । ସିମ୍ବାର ସୁଟିଂ ପୂର୍ବରୁ ହିଁ ୟୁଟ୍ୟୁବରେ ଏକ ଫନି ଭିଡିଓ ଅପଲୋଡ କରାଯାଇଛି ଯାହାକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି ।

ଭିଡିଓରେ ଷ୍ଟାରମାନଙ୍କର ଫନି ଅନ୍ଦାଜ ଦେଖିବାକୁ ମିଳିଛି । ଭିଡିଓରେ ପ୍ରଥମେ ଅଭିନେତା ରଣବୀର ସିଂ ‘ସିମ୍ବା’ର ଏକ ଡାଇଲଗ ମରାଠୀ ଭାଷାରେ କହୁଥିବାର ଦେଖିବାକୁ ମିଳିଛି । ଏହା ପରେ ଫିଲ୍ମର ନିର୍ଦ୍ଦେଶକ ରୋହିତ ଶେଟ୍ଟୀ ଆସି ଫିଲ୍ମର ଡାଇଲଗ କାହିଁ କହୁଛ ବୋଲି ପଚାରୁଛନ୍ତି । ପରେ ପରେ ସାରା ଅଲ୍ଲୀ ଖାନ ଆସି ପଚାରନ୍ତି ଏହା ତ ସେହି ସେଟ ଯାହା ସିଙ୍ଘମରେ ଥିଲା । ଏହା ପରେ ରୋହିତ ଶେଟ୍ଟୀ ଏବଂ ରଣବୀର ତାଙ୍କୁ ମଜାକରେ କୁହନ୍ତି ଆରେ ଇଏ ତ ଅମୃତା ସିଂ । ଶେଷରେ କରଣ ଜୋହର ଆସି ଫିଲ୍ମର ପ୍ରମୋସନ କରୁଥିବା ନଜର ଆସିଛନ୍ତି ।

କହିରଖୁଛୁ ଯେ ଫିଲ୍ମର ଫାଷ୍ଟ ପୋଷ୍ଟର ରିଲିଜ ହୋଇ ସାରିଛି । ପୋଷ୍ଟରରେ ରଣବୀର ସିଂଙ୍କ ଜବରଦସ୍ତ ଅନ୍ଦାଜ ଦେଖିବାକୁ ମିଳିଛି । ୨୮ ଡିସେମ୍ବରକୁ ରିଲିଜ ହେବାକୁ ଥିବା ଏହି ଫିଲ୍ମ ସାଉଥ ଇଣ୍ଡିଆନ ଫିଲ୍ମ ‘ଟ୍ୟାମ୍ପର’ର ରିମେକ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More