Only for Entertainment

ଖୁସି ଖବର ! ଖୁବଶୀଘ୍ର ନିର୍ମାଣ ହେବ ସିମ୍ବାର ସିକ୍ୱଲ, ରଣବୀରଙ୍କ ସହିତ ଅଜୟ ଦେବଗନ ମିଶି କରିବେ ଶତ୍ରୁର ସାମ୍ନା ।

Bollyworm
24

୨୦୧୮ରେ ରିଲିଜ ହୋଇଥିବା ରଣବୀର ସିଂ ଏବଂ ସାରା ଅଲ୍ଲୀ ଖାନ ଷ୍ଟାରର ଫିଲ୍ମ ‘ସିମ୍ବା’ର ନାମ ବଡ ଫିଲ୍ମ ତାଲିକାରେ ସାମିଲ ହୋଇସାରିଛି । ରୋହିତ ସେଟ୍ଟୀ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ରୋମାନ୍ସ, ଆକ୍ସନ ଏବଂ କମେଡିର ଜବରଦସ୍ତ ତଡକା ଦେଖିବାକୁ ମିଳିଛି । ରଣଙ୍ରଙ୍ତ ଏହି ଫିଲ୍ମ ମାତ୍ର ୫ ଦିନରେ ପୂରା ଦୁନିଆରେ ୨୦୦ କୋଟି ଆୟ କରିଥିବା ବେଳେ ଦେଶରେ ମାତ୍ର ୬ ଦିନରେ ୧୩୯ କୋଟି ଆୟ କରି ରେର୍କଡ କରିଛି ।

ରୋହିତ ସେଟ୍ଟୀଙ୍କ ଏହି ଫିଲ୍ମକୁ ସମସ୍ତେ ଖୁବ ପସନ୍ଦ କରିଥିବା ବେଳେ ଏବେ ଫିଲ୍ମକୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି । ଅସଲରେ ରୋହିତ ସେଟ୍ଟୀଙ୍କୁ କିଛି ଦିନ ପୂର୍ବେ ପଚରା ଯାଇଥିଲା ସେ ସିମ୍ବାର ସିକ୍ୱଲ ବିଷୟରେ ଚିନ୍ତା କରୁଛନ୍ତି କି ? ଏହାର ଉତ୍ତର ଦେଇ ରୋହିତ ସେଟ୍ଟୀ କହିଥିଲେ ଯଦି ଲୋକେ ଫିଲ୍ମକୁ ପସନ୍ଦ କରିବେ ତେବେ ସେ ନିଶ୍ଚିତ ଏହାର ସିକ୍ୱଲ ନିର୍ମାଣ କରିବା ବିଷୟରେ ଭାବିବେ ।

ଏବେ ଫିଲ୍ମ ବକ୍ସ ଅଫିସରେ ଜବରଦସ୍ତ ସଫଳତା ପାଇଥିବା ବେଳେ ଏବେ ପ୍ରଶ୍ନ ଉଠୁଛି କ’ଣ ରୋହିତ ସେଟ୍ଟୀ ଏହାର ସିକ୍ୱଲ ନିର୍ମାଣ କରିବେ କି ନାହିଁ । ତେବେ ଆପଣଙ୍କୁ କହିରଖୁଛୁ ଯେ, ରୋହିତ ସେଟ୍ଟୀ ସିମ୍ବାର ସିକ୍ୱଲ ନିର୍ମାଣ କରିବା ପାଇଁ ପ୍ଲାନିଂ କରୁଛନ୍ତି । ଏହି ସିକ୍ୱଲ ଫିଲ୍ମରେ ଉଭୟ ରଣବୀର ସିଂ ଏବଂ ଅଜୟ ଦେବଗନ ନଜର ଆସିବେ ।

ଖବର ଅନୁସାରେ ରୋହିତ ସେଟ୍ଟୀ ଫିଲ୍ମ ସିମ୍ବାକୁ ଏପରି ଭାବେ ନିର୍ମାଣ କରିଛନ୍ତି ଯେପରି ତାର ସିକ୍ୱଲ ନିର୍ମାଣ କରିହେବ । ଏହି ଫିଲ୍ମରେ ଅଜୟ କେବଳ କେମିୟୋ ଭାବେ ନିଜର ଆସିବେ ନାହିଁ ବରଂ ରଣବୀର ସିଂଙ୍କ ସହିତ ଲିଡ ରୋଲ ରେ ନଜର ଆସିବେ । ତେବେ ଦେଖାଯାଉ ଏହାର ସିକ୍ୱଲ କେବେ ଆସୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More