Only for Entertainment

ଅଚିହ୍ନା ବ୍ୟକ୍ତିଙ୍କ ବିବାହରେ ପହଂଚି ସମସ୍ତଙ୍କୁ ଚମକାଇଦେଲେ ରଣବୀର ।ଭିଡ଼ିଓ ଭାଇରାଲ ।

instagram
22

ବଲିଉଡ ଆକ୍ଟର ରଣବୀରଙ୍କ ବ୍ୟକ୍ତିତ୍ୱ ସମସ୍ତ କଳାକାରଙ୍କ ଠାରୁ ଖୁବ ଭିନ୍ନ । ନିଜର କୌତୁକିଆ ଏବଂ ପିଲାଳିଆମି ଢଙ୍ଗରେ ସେ ସମସ୍ତଙ୍କ ମନ କିଣି ନିଅନ୍ତି । ନିକଟରେ ସେହିଭଳି କିଛି ଘଟଣା ସାମ୍ନାକୁ ଆସିଛି ।

ଆଜ୍ଞା ହଁ ଆକ୍ଟର ରଣବୀର ସିଂ ଫିଲ୍ମ ସିମ୍ବାର ପ୍ରମୋଶନ ପାଇଁ ଏକ ହୋଟେଲ ଯାଇଥିଲେ ଏବଂ ସେଠାରେ ଏକ ବିବାହ ମଧ୍ୟ ହେଉଥିଲା । ତେବେ ସବୁଠାରୁ ଖାସ କଥା ହେଉଛି ବିବାହ ମଧ୍ୟକୁ ପ୍ରବେଶ କରି ସେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲେ । କାରଣ ଜଣେ ଅଜଣା ବ୍ୟକ୍ତିଙ୍କ ବିବାହକୁ ରଣବୀରଙ୍କ ପ୍ରବେଶ ଥିଲା ବିବାହର ଆକର୍ଷଣର କେନ୍ଦ୍ରବିନ୍ଦୁ । ନିଜ ପ୍ରିୟ କଳାକାରଙ୍କୁ ଦେଖି କେବଳ ଅତିଥି ନୁହଁନ୍ତି ବରଂ ବରକନ୍ୟା ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ । ଅତିଥିମାନେ ରଣବୀରଙ୍କ ସହିତ ସେଲ୍ଫି ମଧ୍ୟ ନେଲେ । ତେବେ ବରକନ୍ୟାଙ୍କୁ ସାକ୍ଷାତ କରି ସେମାନଙ୍କୁ ଖୁବସାରା ଶୁଭେତ୍ସ୍ା ଜଣାଇଲେ ରଣବୀର । ତେବେ ରଣବୀରଙ୍କ ଏଭଳି ପ୍ରବେଶ ସମସ୍ତଙ୍କୁ ଖୁବ ପସନ୍ଦ ଆସିଛି ।

 

ଏହା ପ୍ରଥମ ଥର ନୁହେଁ ଯେତେବେଳେ ରଣବୀରଙ୍କୁ ପବ୍ଲିକ ପ୍ଲେସରେ ଏହିଭଳି ଦେଖିବାକୁ ମିଳିଛି,ଏହା ପୂର୍ବରୁ ମଧ୍ୟ ଏହିଭଳି ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ତାଙ୍କର ଏହି ଗୁଣକୁ ସମସ୍ତେ ଖୁବ ପସନ୍ଦ କରନ୍ତି,କାରଣ ନିଜକୁ ସେ ସମସ୍ତଙ୍କ ମଧ୍ୟରେ ସମାନ ଦେଖନ୍ତି ଏବଂ ଅଳ୍ପ ସମୟ ମଧ୍ୟରେ ସମସ୍ତଙ୍କ ମୁହଁରେ ହସ ଫୁଟାଇ ଦିଅନ୍ତି । ବାସ୍ତବରେ ଆପଣ ମଧ୍ୟ ରଣବୀରଙ୍କ ଏହି କୌତୁକିଆ ଗୁଣକୁ ନଜର ଅନ୍ଦାଜ କରିପାରିବେ ନାହିଁ । କାରଣ ଏହା ହେଉଛି ସବୁଠାରୁ ନିଆରା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More