Only for Entertainment

୮ ବର୍ଷ କ୍ୟାରିୟରରେ ସଲମାନ- ଶାହାରୁଖଙ୍କୁ ପଛରେ ପକାଇ ରଣବୀର ସିଂ ରଚିଲେ ଇତିହାସ !

The Quint
0 57

ବଲିଉଡ ଅଭିନେତା ରଣବୀର ସିଂଙ୍କ ଚାହିଦା ବର୍ତ୍ତମାନ ଶୀର୍ଷରେ । ବଲିଉଡର ସବୁଠାରୁ ସୁନ୍ଦର ଅଭିନେତ୍ରୀ ଦୀ ପିକା ପାଦୁକେନ ତାଙ୍କ ଥିବା ବେଳେ ଏହା ସହିତ ସେ ଗୋଟିଏ ପରେ ଗୋଟିଏ ହିଟ ଫିଲ୍ମ ବଲିଉଡକୁ ଦେଇଛନ୍ତି । ବଲିଉଡର ବଡ ବଡ ନିର୍ଦ୍ଦେଶକ ତାଙ୍କୁ ନିଜ ଫିଲ୍ମରେ ନେବା ପାଇଁ ମଧ୍ୟ ଚାହିଁଥାନ୍ତି ।

ଏ ସବୁ ମଧ୍ୟରେ ରଣବୀର ବର୍ତ୍ତମାନ ଆଉ ଏକ ରେକର୍ଡ ନିଜ ନାମରେ କରିଛନ୍ତି । ଯାହା ସଲମାନ ଏବଂ ଶାହାରୁଖ ଆଜି ପର୍ଯ୍ୟନ୍ତ କରିପାରିନାହାନ୍ତି । କଥାଟି ଏପରି ୨୦୧୬ରେ ରଣବୀର ସିଂଙ୍କ ଫିଲ୍ମ ‘ବେଫିକ୍ରି’ ରିଲିଜ ହୋଇଥିଲା । ଫିଲ୍ମ ବକ୍ସ ଅଫିସରେ ଫ୍ଲପ ହୋଇଥିଲେ ମଧ୍ୟ ଗୀତ ଗୁଡିକ ସୁପରହିଟ ହୋଇଥିଲା ।


ଏହି ଫିଲ୍ମର ଗୀତ ‘ନଶେ ସି ଚଢ ଗୟି’ ଏକ ନୂଆ ରେକର୍ଡ କରିଛି । ରଣବୀରଙ୍କର ଏହି ଗୀତ ୟୁ-ଟ୍ୟୁବରେ ୪୦୦ ମିଲିୟନ ବା ୪୦ କୋଟିରୁ ଅଧିକ ଥର ଦେଖାଯାଇଛି । ରଣବୀର ସିଂ ନିଜ ଟ୍ୱିଟର ଆକାଉଣ୍ଟରେ ଏହାର ସୂଚନା ଦେଇଛନ୍ତି ।

ୟୁ-ଟ୍ୟୁବରେ ଏତେ ଭ୍ୟୁଜ ପାଇବାରେ ଏହା ପ୍ରଥମ ହିନ୍ଦୀ ଗୀତ । ରଣବୀରଙ୍କର ଏହି ଗୀତକୁ ଯୁବବର୍ଗ ଖୁବ ପସନ୍ଦ କରିଛନ୍ତି । ଏହି ଗୀତକୁ ଅରିଜୀତ ସିଂ ଏବଂ କ୍ୟାରାଲିସା ମାନ୍ଟେରିୟୋ ଗାଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More