Only for Entertainment

‘ସିମ୍ବା’ରେ ଧମାଲ ମଚାଇବା ପରେ କବୀର ଖାନଙ୍କ ଫିଲ୍ମ ‘୮୩’ର ପ୍ରସ୍ତୁତିରେ ରଣବୀର ସିଂ, କପିଲ ଦେବ ଦେବେ ଟ୍ରେନିଂ ।

NewsX
40

ଗୋଟିଏ ପରେ ଗୋଟିଏ ହିଟ ଫିଲ୍ମ ଦେବା ପରେ ରଣବୀର ସିଂଙ୍କୁ ବଲିଉଡର ନୂଆ ସୁପରଷ୍ଟାରର ଆଖ୍ୟା ଦିଆଯାଇଛି । ନିକଟରେ ରିଲିଜ ହୋଇଥିବା ରଣବୀର ସିଂଙ୍କ ଫିଲ୍ମ ସିମ୍ବା ଦର୍ଶକଙ୍କ ମନରୁ ଲିଭିନଥିବା ବେଳେ ତାଙ୍କର ଆଗାମୀ ଫିଲ୍ମ ଗଲି ବୟର ଟେଚ୍ରଲର ରିଲିଜ ହୋଇସାରିଛି । ଟ୍ରେଲରରେ ରଣବୀରଙ୍କ ଲୁକ ଏବଂ ତାଙ୍କ ଅଭିନୟକୁ ଲୋକେ ଖୁବ ପସନ୍ଦ ମଧ୍ୟ କରିଛନ୍ତି ।

 

ତେବେ , ସିମ୍ବାର ସଫଳତା ପରେ ଏବଂ ଗଲିବୟର ସୁଟିଂ ଶେଷ କରିବା ପରେ ରଣବୀପର ସିଂ ଏବେ ନିଜର ଆଗାମୀ ଫିଲ୍ମ ‘୮୩’ର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । କହିରଖୁଛୁ ଯେ, ଏହି ଫିଲ୍ମରେ ରଣବୀର କ୍ରିକେଟର କପିଲ ଦେବଙ୍କ ଭୂମିକାରେ ନଜର ଆସିବେ । ଏହି ବାୟୋପିକ ଫିଲ୍ମରକ ନିର୍ଦ୍ଦେଶନା ଦେବେ କବୀର ଖାନ । ୧୨ ଜାନୁଆରୀ ଅର୍ଥାତ ଆଜି ଠାରୁ ରଣବୀର ସିଂ ଏହି ଫିଲ୍ମ ପାଇଁ ପ୍ରାକ୍ଟିସ ଆରମ୍ଭ କରିଦେଇଛନ୍ତି । କିଛି ଦିନ ପୂର୍ବେ ରଣବୀର ସିଂ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରିଥିଲେ ଯେଉଁଥିରେ ସେ ବ୍ୟାଟି କରୁଥିବାର ନଜର ଆସିଥିଲେ । ଖବର ଅନୁସାରେ କପିଲ ଦେବ ନିଜ ରଣବୀରଙ୍କୁ ଫିଲ୍ମ ପାଇଁ ଟ୍ରେନିଂ ଦେବେ ।

 

 

View this post on Instagram

 

And the glorious journey begins…….. #83 ? #kapildev @83thefilm #balwindersinghsandhu @kabirkhankk

A post shared by Ranveer Singh (@ranveersingh) on

ରଣବୀରଙ୍କ ଫିଲ୍ମ ବିଷୟରେ କହିବାକୁ ଗଲେ ସେ ଗଲି ବୟ ଏବଂ ୮୩ରେ ନଜର ଆସିବା ସହିତ କରଣ ଜୋହରଙ୍କ ଫିଲ୍ମ ତଖ୍ତରେ ମଧ୍ୟ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More