Only for Entertainment

ପଦ୍ମାବତୀର ସଫଳତା ପରେ ରଣବୀରଙ୍କୁ ଲାଗିଲା ଝଟକା । ଜାଣନ୍ତୁ କ’ଣ ରହିଛି କାରଣ ।

amarujala
0 56

ଫିଲ୍ମ ରାମଲୀଲା,ବାଜିରାଓ ମସ୍ତାନୀ ଓ ପଦ୍ମାବତୀ ଭଳି ସୁପରହିଟ ଫିଲ୍ମ କରି ସାରିବା ପରେ ରଣବୀରଙ୍କୁ ଲାଗିଛି ବଡ଼ ଝଟକା । ବାସ୍ତବରେ ଚୀନ ମୋବାଇଲ କମ୍ପାନୀ ଭିଭୋ ରଣବୀର ସିଂଙ୍କ ଠାରୁ ମୁହଁ ବୁଲେଇ ନେଇଛନ୍ତି । ଯାହାର କାରଣ ସାଜିଛନ୍ତି ଏହି ଅଭିନେତା ।

ଭାରତରେ ଭିଭୋ ମୋବାଇଲ କମ୍ପାନୀର ବ୍ରାଣ୍ଡ ଆମ୍ବାସେଡର ହେଉଛନ୍ତି ରଣବୀର ସିଂ । କିନ୍ତୁ ଏବେ କମ୍ପାନୀ ଚୀନରେ ମୋବାଇଲ ଲଂଚ କରିବ ବୋଲି ନିଷ୍ପତ୍ତି ନେଇଛି । ସେଥିପାଇଁ କମ୍ପାନୀ ଅମୀର ଖାନଙ୍କୁ ପସନ୍ଦ କରିଛି ।
ତେବେ ଅମୀରଙ୍କୁ ବାଛିବା ପଛରେ ଏକ ବଡ଼ କାରଣ ଲୁଚି ରହିଛି । କାରଣ ରଣବୀର ସିଂ ଚୀନରେ ଏତେ ଜନପ୍ରିୟ ନୁହଁନ୍ତି ଯେତିକି ଅମୀର ଖାନ । ଚୀନରେ ଅମୀରଙ୍କ ଫିଲ୍ମ ଦଙ୍ଗଲ ଓ ସିକ୍ରେଟ ସୁପରଷ୍ଟାରର ଝଂଣ୍ଡା ଉଡ଼ୁଛି । ତେଣୁ ସେ ଚୀନରେ ଖୁବ ଲୋକପ୍ରିୟ ହୋଇ ସାରିଛନ୍ତି । ଏହି ସମୟରେ କମ୍ପାନୀ ଏତେ ବଡ଼ ସୁବର୍ଣ୍ଣ ସୁଯୋଗକୁ ହାତଛଡ଼ା କରିବାକୁ ଚାହୁଁନାହିଁ । ତେଣୁ ଅମୀରଙ୍କର ଏତେ ଲୋକପ୍ରିୟତା ଦେଖିବା ପରେ ତାଙ୍କୁ ବ୍ରାଣ୍ଡ ଆମ୍ବାସେଡର କରିବା ପାଇଁ କମ୍ପାନୀ ନିଷ୍ପତ୍ତି ନେଇଛି । ଏହା ସହିତ ରଣବୀରଙ୍କ ସହିତ କଂଟ୍ରାକ୍ଟ ଶେଷ ହୋଇ ଯାଇଥିବା କଥା ମଧ୍ୟ କମ୍ପାନୀ ସୂଚନା ଦେଇଛି । ତେଣୁ ରଣବୀର ଏହାକୁ ନେଇ କୌଣସି ପ୍ରଶ୍ନ କରିପାରିବେ ନାହିଁ ।
ଅମୀର ଖାନ ଏବେ ତାଙ୍କ ଫିଲ୍ମ ‘ଠଗ୍ସ ଅଫ ହିନ୍ଦୁସ୍ତାନ’ରେ ବ୍ୟସ୍ତ ଅଛନ୍ତି । ରଣବୀର ମଧ୍ୟ ‘ଗୁଲି ବଏ’ର ସିଡ୍ୟୁଲରେ ବ୍ୟସ୍ତ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More