ବାବା ରାମଦେବଙ୍କ ପରେ ଏବେ ସଦ୍ଗୁରୁ ଜଗ୍ଗୀଙ୍କ ସହ ଡ୍ୟାନ୍ସ କଲେ ଅଭିନେତା ରଣବୀର ସିଂ ।
ଆଜତକର ଏକ ଖାସ କାର୍ଯ୍ୟକ୍ରମରେ ପୂର୍ବରୁ ବାବା ରାମଦେବଙ୍କ ଡ୍ୟାନ୍ସ କରିଥିଲେ । ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା । ଏବେ ରଣବୀରଙ୍କର ଆଉ ଏକ ଭିଡିଓ ଇଂଟରନେଟ ଖୁବ ମାତ୍ରାରେ ଶେୟାର କରାଯାଉଛି, ଯେଉଁଥିରେ ସେ ସଦଗୁରୁ ଜଗ୍ଗି ବାସୁଙ୍କ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ରଣବୀର ‘ସେନସିଂ ଦ ଫ୍ୟୁଚର’ କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ଆଇଆଇଏମ ବାଙ୍ଗାଲୁରୁ ଯାଇଥିଲେ , ଯେଉଁଠାରେ ସେ ସଦଗୁରୁ ଜଗ୍ଗି ବାସୁଙ୍କ ସହ ଡ୍ୟାନ୍ସ କରିଥିଲେ ।
Happy Dance !!! @SadhguruJV ? pic.twitter.com/dOrjo6YhEr
— Ranveer Singh (@RanveerOfficial) July 21, 2018
ଏହି ଡ୍ୟାନ୍ସ ଭିଡିଓକୁ ନିଜେ ରଣବୀର ନିଜ ଭେରିଫାଇଡ ଟୁଇଟର ହ୍ୟାଣ୍ଡେଲରେ ଶେୟାର କରିଛନ୍ତି । ଭିଡିଓରେ ରଣବୀର ହ୍ୟାପି ଡ୍ୟାନ୍ସ କ୍ୟାପସନ ଦେଇଛନ୍ତି । କାର୍ଯ୍ୟକ୍ରମରେ ଯେତେବେଳେ ରଣବୀର ଏବଂ ବାବାଙ୍କୁ ଏକାସହ ଡ୍ୟାନ୍ସ କରିବାକୁ କୁହାଯାଇଥିଲା ସେ ସାଙ୍ଗେସାଙ୍ଗେ ରଙ୍କକ୍ସକ୍ଟ ହୋଇଯାଇଥିଲେ ମାତ୍ର ସଦଗୁରୁ ମନା କରିଦେଇଥିଲେ ଏହା କହି ଯେ ଡ୍ୟାନ୍ସ କରିବା ତାଙ୍କ କାମ ନୁହେଁ ।ମାତ୍ର ପରେ ରାଜି ହୋଇଯାଇଥିଲେ ।
source: aajtak
ଏଠାରେ ଅଭିନେତା ରଣବୀର ସଦଗୁରୁଙ୍କ ଷ୍ଟେପକୁ ଫଲୋ କରିଛନ୍ତି । ସବୁଠାରୁ ମଜାଦାର କଥା ହୋଇଥିଲା ଯେତେବେଳେ କେହି ଜଣେ ରଣବୀରଙ୍କୁ କିଛି ମିନିଟ ପାଇଁ ଡ୍ୟାନ୍ସ କରିବା ପାଇଁ କହିଥିଲେ, ଏହା ଶୁଣି ରଣବୀରଙ୍କ ଉତ୍ତର ଥିଲା ଯେ କିଛି ମିନିଟ? କିଛି ମିନିଟ ପାଇଁ ମୁଁ କେତେ କୋଟି ନିଏ ଜାଣିଛ ? ରଣବୀରଙ୍କ ଏହି ମଜାକିଆ କଥା ଶୁଣି ସେଠାରେ ଊପସ୍ଥିତ ଥିବା ସମସ୍ତ ଦର୍ଶକ ଖୁବ ହସିଥିଲେ ।