Only for Entertainment

ରଣବୀର ସିଂଙ୍କ ମସ୍ତି ପଡିଲା ଫ୍ୟାନ୍ସଙ୍କ ଉପରେ ଭାରୀ, ଏକ୍ସାଇଟମେଂଟରେ ମାରିଲେ ଡିଆଁ ତାପରେ ଘଟିଲା କିଛି ଏଭଳି , ଦେଖନ୍ତୁ !

39

କିଛି ଦିନ ହେବ ରଣବୀର ସିଂ ନିଜ ଅପକମିଂ ଫିଲ୍ମ ‘ଗଲିବୟ’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଜୋୟା ଅଖତରଙ୍କ ଏହି ଫିଲ୍ମରେ ତାଙ୍କ ସହ ନଜର ଆସିବେ ଆଲିୟା ଭଟ୍ଟ । ଫିଲ୍ମର ଟ୍ରେଲର ଏବଂ ଗୀତ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି । ଫିଲ୍ମର ଟିମ ଫିଲ୍ମର ପ୍ରମୋସନ ପାଇଁ କୌଣସି ମଉକା ଛାଡୁ ନାହାନ୍ତି ।

ପ୍ରମୋସନକୁ ଜବରଦସ୍ତ କରିବା ଲାଗି ନିକଟରେ ରଣବୀର ମୁମ୍ବାଇରେ ଆୟୋଜନ ହୋଇଥିବା ଲାକ୍ମି ଫ୍ୟାଶନ ୱିକରେ ପହଂଚିଥିଲେ । ଯେଉଁଠି ସେ ଡିଜାଇନରଙ୍କ ପାଇଁ ରାମ୍ପ ୱାକ ମଧ୍ୟ କରିଥିଲେ । ସେହିସମୟରେ ନିଜ ହାଇ ଏନର୍ଜି ପାଇଁ ପ୍ରସିଦ୍ଦ ରଣବୀର ସିଂ କିଛି ଏଭଳି କରିଛନ୍ତି ଯାହାଦ୍ୱାରା ତାଙ୍କ ଫ୍ୟାନ୍ସ ରାଗି ଯାଇଥିଲେ ।

ଅସଲରେ ଷ୍ଟେଜରୁ ରଣବୀର ଭିଡକୁ ଡେଇଁ ପଡିଥିଲେ । ଯାହାଫଳରେ ତାଙ୍କର ଅନେକ ମହିଳା ଫ୍ୟାନ୍ସଙ୍କୁ ଆଘାତ ଲାଗିଥିଲା । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି କାରଣରୁ ସୋସିଆଲ ମିଡିଆରେ ତାଙ୍କୁ ଅନେକ କଥା ଶୂଣିବାକୁ ମିଳିଛି । ସୋସିଆଲ ମିଡିଆରେ ଜଣେ ପେପରକୁ କାଟି ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି ରଣବୀର ସିଂ ଏବେ ବଡ ହୋଇଯାଅ, ପିଲାଳିଆମୀ ବନ୍ଦ କର । ଏହା ଦେଖି ରଣବୀର ସିଂ ରିଟ୍ୱିଟ କରିଛନ୍ତି ଯେ ଆଗକୁ ଏଭଳି ନ ହେଉ ସେଥିପ୍ରତି ଧ୍ୟାନ ଦେବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More