Only for Entertainment

୮୩ର ପ୍ରସ୍ତୁତି ଆରମ୍ଭ କଲେ ରଣବୀର, କିନ୍ତୁ କପିଲ ଦେବଙ୍କ ଭଳି ନଜର ଆସିଲା ନାହିଁ ଲୁକ !

23

ବଲିଉଡ ବକ୍ସଅଫିସରେ ସୁପରହିଟ ଫିଲ୍ମଗୁଡିକରେ ହାଟ୍ରିକ ଲଗାଇବା ପରେ ରଣବୀର ସିଂ କପିଲ ଦେବଙ୍କ ଭୂମିକାରେ ନଜର ଆସିବା ପାଇଁ ପ୍ରସ୍ତୁତି କରୁଛନ୍ତି । ପୂର୍ବ ବର୍ଷ ରିଲିଜ ହୋଇଥିବା ରଣବୀରଙ୍କ ଫିଲ୍ମ ପଦ୍ମାବତ, ସିମ୍ବା ଏବଂ ଚଳିତ ବର୍ଷ ରିଲିଜ ହୋଇଥିବା ଗଲିବୟ ବକ୍ସଅଫିସରେ ହିଟ ହୋଇଛି ଏବଂ ଏହାପରେ ରଣବୀର ତାଙ୍କ ଆଗାମୀ ଫିଲ୍ମ ୮୩ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଏହି ଫିଲ୍ମ ଭାରତର ପ୍ରଥମ କ୍ରିକେଟ ୱାର୍ଲ୍ଡକପ କାହାଣୀ ଉପରେ ଆଧାରି୍ତ ।

ଫିଲ୍ମରେ ରଣବୀର କପିଲ ଦେବଙ୍କ ଭୁମିକା ତୁଲାଇବେ, ଯିଏ ସେ ସମୟରେ ଭାରତୀୟ କ୍ରିକେଟର ଟିମର କ୍ୟାପଟେନ ଥିଲେ । ଫିଲ୍ମ ପ୍ରସ୍ତୁତିରେ ଥିବା ରଣବୀରଙ୍କ ଏକ ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଶେୟାର ହେବାରେ ଲାଗିଛି । ଏହି ଫଟୋ ଟ୍ରେଣ୍ଡ ଏନାଲିଷ୍ଟ ରମେଶ ବାଲା ମଧ୍ୟ ନିଜର ଭେରିଫାଇଡ ଟ୍ୱିଟର ଅକାଉଂଟରେ ଶେୟାର କରିଛନ୍ତି । ଫଟୋରେ ରଣବୀର ସିଂ କେଶ ବାନ୍ଧଥିବା ଏବଂ ଦାଢି ରଖିଥିବା ନଜର ଆସିଛନ୍ତି । ଏହାସହ ସେ ଭାରତୀୟ କ୍ରିକେଟ ଟିମର ପୋଷାକ ମଧ୍ୟ ପିନ୍ଧିଛନ୍ତି ।

ତେବେ କହିବାର ବିଷୟ ଏହା ଯେ ଏଥିରେ ରଣବୀର କୌଣସି ପ୍ରକାର ବି କପିଲ ଦେବଙ୍କ ଭଳି ନଜର ଆସୁନାହାନ୍ତି । ଏଠାରେ ଆମେ କହି ରଖୁଛୁ ଯେ ଲିଭିଂ ଲେଜେଣ୍ଡଙ୍କ କାହାଣୀ ଉପରେ ଫିଲ୍ମ ଆଧାରିତ ଏହି କାରଣରୁ ରଣବୀର ମଧ୍ୟ କପିଲ ଦେବଙ୍କ ଲୁକ ଭଳି ନଜର ଆସିବା ଜରୁରୀ । ତେବେ କଣ ରଣବୀରଙ୍କ ଲୁକ ସେହିଭଳି ଦେଖିବାକୁ ମିଳିବ ନାହିଁ , ନାଁ ରଣବୀର ନିଜ ପ୍ରାକ୍ଟିସ ଉପରେ ଏବେ ବେଶୀ ଫୋକସ ଦେଉଛନ୍ତି । ତେବେ ଆଗକୁ ଏହାର ଭିଡିଓ ଏବଂ ଫଟୋ ଆସିଲେ ଯାହା ଜଣାପଡିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More