Only for Entertainment

‘କଫି ଉଇଥ୍‌ କରନ୍‌’ ସୋ’ରେ ରଣବୀର ସିଂହଙ୍କ ଖୁଲାସା, ଏହି ଷ୍ଟାରଙ୍କଠାରୁ ପୋଷାକ ନେଇ ପିନ୍ଧନ୍ତି ।

BBC
25

ସବୁ କଳାକାରଙ୍କର ନିଜ ନିଜର ବ୍ୟକ୍ତିଗତ ରାଜ୍‌ ରହିଥାଏ । ଯେତେବେଳେ ଏହାର ଖୁଲାସା କରାଯାଏ ସେ ସମୟରେ ସେହି ଖବରକୁ ନେଇ ଅନେକ ଲୋକ ଅନେକ ଚର୍ଚ୍ଚା କରିଥାନ୍ତି । ସେଭଳି କିଛି ଏବେ ବଲିଉଡ୍‌ର ବାଜିରାଓ ରଣବୀର ସିଂହଙ୍କ ସହ ଘଟିଛି । ସେ ନିଜ ସହ ଜଡ଼ିତ ଏକ ରାଜ୍‌ର ଖୁଲାସା ‘କଫି ଉଇଥ୍‌ କରନ୍‌’ ସୋ’ରେ କରିବା ପରେ ତାଙ୍କ କଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଅନେକ ସମୟରେ ରଣବୀର କରନ୍‌ ଜୋହରଙ୍କ ପୋଷାକ ପିନ୍ଧିଥାନ୍ତି ବୋଲି ସେ କହିଛନ୍ତି ।

ranveer

କରନ୍‌ ଯାହା ନ ପିନ୍ଧନ୍ତି ସେ ସବୁ ପୋଷାକ ସେ ରଣବୀରଙ୍କୁ ଦେଇ ଦିଅନ୍ତି, ଯାହାକୁ ଖୁବ୍‌ ଖୁସିରେ ଗ୍ରହଣ କରିବା ସହ ପିନ୍ଧିଥାନ୍ତି ରଣବୀର । ଏହି କଥାଟି ସମସ୍ତଙ୍କ ପାଇଁ ବିଶ୍ୱାସ କରିବା ସମ୍ଭବ ହୋଇ ନଥିବା ବେଳେ ନିଜେ ରଣବୀର ଏ ବିଷୟରେ ସମସ୍ତଙ୍କୁ ଜଣାଇଛନ୍ତି । ସେ କହିଥିଲେ, ‘କରନ୍‌ ବିଦେଶ ଗସ୍ତରେ ଥିବା ବେଳେ ଲକ୍ଷ ଲକ୍ଷ ଟଙ୍କାର ପୋଷାକ କିଣିଥାନ୍ତି । କିନ୍ତୁ ପରେ ସେ ତାହାକୁ ପିନ୍ଧି ପାରିବେ ନାହିଁ ବୋଲି ଜାଣି ମୋତେ ଦେଇ ଦେଇଥାନ୍ତି । ମୁଁ ଖୁସିରେ ସେସବୁ ଗ୍ରହଣ କରିଥାଏ। ଥରେ ସେ ମୋତେ ଏକ ଟ୍ରାକ୍‌ ପ୍ୟାଣ୍ଟ ଦେଇଥିଲେ, ଯାହାର ମୁଲ୍ୟ ଥିଲା ସାଢ଼େ ତିନି ଲକ୍ଷ ରହିଥିଲା।’

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More