Only for Entertainment

କାମ ପାଇବା ପାଇଁ ଲୋକଙ୍କ ମୋବାଇଲାରୁ ନମ୍ବର ଚୋରି କରୁଥିଲେ ରଣବୀର । ଜାଣନ୍ତୁ ତାଙ୍କ ସଂଘର୍ଷର କାହାଣୀ ।

ganesha speaks.com
0 36

ଅଭିନେତା ରଣବୀର ସିଂ ଯେ ଜଣେ ଉଚ୍ଚ ସ୍ତରୀୟ ତାରକା ଏଥିରେ ତିଳେମାତ୍ର ସନ୍ଦେହ ନାହିଁ । ତାଙ୍କ ବିଷୟରେ ଅଳ୍ପ ବହୁତ ସମସ୍ତେ ଜାଣନ୍ତି । ତେବେ ନିକଟରେ ଏକ ଇଂଟରଭ୍ୟୁରେ ରଣବୀର ତାଙ୍କ ସଂଘର୍ଷ ବିଷୟରେ କହିଛନ୍ତି । ସେ କହିଛନ୍ତିଯେ କେଉଁଭଳି ଲୋକ ପୋର୍ଟଫୋଲିଓ ବନାନ୍ତି ଏବଂ ନିର୍ଦ୍ଦେଶକ ଓ ପ୍ରଯୋଜକମାନେ ତାକୁ ଡଷ୍ଟବିନରେ ଫିଙ୍ଗି ଦିଅନ୍ତି । ସେ ଏହା ମଧ୍ୟ କହିଛନ୍ତିଯେ କାମ ଓ ମୌକା ପାଇବା ପାଇଁ ଏବଂ ଫିଲ୍ମ ନିର୍ମାତାଙ୍କ ସହିତ ସଂପର୍କ କରିବା ପାଇଁ କେଉଁଭଳି ଭାବରେ ସେ ଲୋକଙ୍କ ମୋବାଇଲରୁ ନମ୍ବର ଚୋରି କରୁଥିଲେ । ଏଥିପାଇଁ ସେ ରୋସ୍ତେରାଁ ଏବଂ କ୍ଲବ୍ସରେ ନିର୍ଦ୍ଦେଶକ ଓ ଫିଲ୍ମ ନିର୍ମାତାଙ୍କ ପିଛା କରୁଥିଲେ ।

ରଣବୀର ଏହା ମଧ୍ୟ କହିଛନ୍ତିଯେ ସେ ତାଙ୍କର ପୋର୍ଟଫୋଲିଓ ଧରି ଏଣେତେଣେ ଘୁରି ବୁଲୁଥିଲେ,ଏଥିପାଇଁଯେ ଲୋକ ତାଙ୍କୁ ଜାଣନ୍ତୁ ଯେ ସେ ଜଣେ ନୂଆ ଅଭିନେତା ଯିଏକି କାମ ଖୋଜୁଛନ୍ତି । ତେବେ ୮ରୁ ୧୦ ମାସ ପରେ ତାଙ୍କୁ ସାନୁଙ୍କ ତରଫରୁ କଲ ଆସିଥିଲା ଏବଂ ୟଶରାଜ ଫିଲ୍ମ ପ୍ରଡକ୍ସନ ଏକ ନୂଆ ଚେହେରା ଖୋଜୁଥିବା କଥା ସେ କହିଥିଲେ । ତେବେ ଏଥିପାଇଁ ସେ ଚିନ୍ତିତ ହୋଇଯାଇଥିଲେ । କାରଣ ସେ ଜାଣଥିଲେଯେ ବଡ଼ ପ୍ରଡକ୍ସନ ହାଉସ ମାନଙ୍କ ମଧ୍ୟରୁ ୟଶରାଜ ଗୋଟିଏ ଏବଂ ସେ କେବଳ ତାରକା ମାନଙ୍କ ସହିତ କାମ କରନ୍ତି ।

ଅଡିସନରେ ଶହେ ପ୍ରତିଶତ ଦେବା ପରେ ସେ ସିଲେକ୍ସନ ହୋଇଥିଲେ ଓ ବ୍ୟାଣ୍ଡ ବାଜା ବାରାତରେ ତାଙ୍କୁ ମୌକା ମିଳିଥିଲା । ତେବେ ଏତେ ସଂଘର୍ଷ ପରେ ସେ ସୁଯୋଗ ପାଇଲେ ଏବଂ ଜଣେ ପ୍ରସିଦ୍ଧ ତାରକା ଭାବରେ ନିଜକୁ ପ୍ରମାଣିତ କରିପାରିଲେ । ରଣବୀର ଫିଲ୍ମ ପଦ୍ମାବତୀରେ ଦମଦାର ଅଭିନୟ କରି ସାରବା ପରେ ତାଙ୍କର ଆଗାମୀ ଫିଲ୍ମ ‘ଗଲି ବଏ’ରେ ବ୍ୟସ୍ତ ଅଛନ୍ତି । ଫିଲ୍ମରେ ତାଙ୍କ ସହିତ ଆଲିୟା ଭଟ୍ଟ ମୁଖ୍ୟ ଚରିତ୍ରରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More