Only for Entertainment

ରଣବୀର ସିଂଙ୍କ ଖୁଲାସା, କାହିଁକି ‘ଡେଡପୁଲ-୨’ରେ ଦେଇଥିଲେ ଭଏସ୍

zee news
0 45

ଭାରତୀୟ ବକ୍ସ ଅଫିସରେ ଚଳିତ ବର୍ଷ ହଲିଉଡ ଫିଲ୍ମର ଦବଦବା ଦେଖିବାକୁ ମିଳିଛି । ‘ଆଭେଞ୍ଜର୍ସ: ଇନଫିନିଟି ୱାର’ ପରେ ଏବେ ‘ଡେଡପୁଲ -୨’ ଦର୍ଶକଙ୍କୁ ସିନେମାଘର ପର୍ଯ୍ୟନ୍ତ ଆକୃଷ୍ଠ କରିବାରେ ସକ୍ଷମ ହୋଇପାରିଛି । ଆଜି ରିଲିଜ ହୋଇଥିବା ‘ଡେଡପୁଲ-୨’ ଭାରତରେ ଇଂଗ୍ରାଜୀ ସମେତ ହିନ୍ଦୀ, ତେଲଗୁ ଏବଂ ତାମିଲରେ ରିଲିଜ ହୋଇଛି ।

ଆପଣ ଜାଣିଥିବେ ଯେ ‘ଡେଡପୁଲ-୨’ର ହିନ୍ଦୀ ଭର୍ସନରେ ଏହି ବିଦେଶୀ ସୁପରହିରୋଙ୍କ ଭଏସ୍ ଦେଇଛନ୍ତି ଅଭିନେତା ରଣବୀର ସିଂ । ରଣବୀର ଏହାକୁ ନେଇ ଖୁବ ଏକ୍ସାଇଟେଡ ମଧ୍ୟ ଅଛନ୍ତି । କିନ୍ତୁ ରଣବୀର କାହିଁକି ଏହି ଫିଲ୍ମରେ ଡବିଂ କରିବା ପାଇଁ ପ୍ରସ୍ତୁତ ହେଲେ ତାହାର ଖୁଲାସା ଖୋଦ ରଣବୀର କରିଛନ୍ତି ।

deadpool-2-2

ଇଣ୍ଡିଆନ ଏକ୍ସପ୍ରେସକୁ ଦେଇଥିବା ଏକ ଇଣ୍ଟରଭ୍ୟୁରେ ରଣବୀର କହିଛନ୍ତି ,‘ସତ କହିବାକୁ ଗଲେ, ମେତେ ଲାଗୁଛି ହିନ୍ଦୀରେ ଖରାପ ଭାଷାର ବ୍ୟବହାର କରିବା ମଜାଦାର ରହିବ । ମୁଁ ଅନ ସ୍କ୍ରିନରେ ଗାଳି ଦେବା ପାଇଁ ଚାହୁଁଥିଲି । ସେଥିପାଇଁ ଏହାକୁ ଡବିଂ କଲି ।’

ଏହା ସହିତ ସେ କହିଛନ୍ତି ‘ମେତେ ଲାଗୁଛି ଏହା ମୋ ପାଇଁ ଏକ ନୂଆ ଚ୍ୟାଲେଞ୍ଜ । ମୁଁ ଡେଡପୁଲ ଦେଖିବାପରେ ଫିଲ୍ମର ଫ୍ୟାନ ହୋଇଯାଇଥିଲି । ଏବଂ ମୋତେ ରିୟାନ ରେନାଲ୍ଡସଙ୍କ ଚରିତ୍ର ଖୁବ ପସନ୍ଦ ଆସିଥିଲା । ସେଥିପାଇଁ ବୋଧ ହୁଏ ମୁଁ ମୁଖ୍ୟ ଚରିତ୍ର ପାଇଁ ଡବ କରିଲି । ’ ଆପଣଙ୍କୁ କହିରଖୁଛୁ ଯେ ପ୍ରଥମଥର ପାଇଁ ରଣବୀର ସିଂ କୌଣସି ଫିଲ୍ମ ପାଇଁ ନିଜର ଭଏସ୍ ଦେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More