Only for Entertainment

ପୁଣିଥରେ ଅଜବଗଜବ ପୋଷାକରେ ନଜର ଆସିଲେ ରଣବୀର ସିଂ, ଟୋପି –ଚଷମାରେ ଦେଖିବାକୁ ମିଳିଲା ରଂଗ-ବିରଂଗ ଅବତାର !

35

ବଲିଉଡ ଅଭିନେତା ରଣବୀର ସିଂ ଅନେକ ସମୟରେ ନିଜ ଡ୍ରେସକୁ ନେଇ ଚର୍ଚ୍ଚାରେ ରହିଥାଆନ୍ତି । ସେହିପରି ପୁଣି ଥରେ ସେହି କପଡାକୁ ନେଇ ଚର୍ଚ୍ଚାରେ ରହିଛନ୍ତି ରଣବୀର । ଅସଲରେ ନିକଟରେ ରଣବୀର ଏକ ଏୟାରପୋର୍ଟରେ ସ୍ପଟ ହୋଇଛନ୍ତି । ଏହିକାରଣରୁ ସମସ୍ତଙ୍କ ନଜର ତାଙ୍କର ଡ୍ରେସିଂ ସେନ୍ସ ଉପରେ ଅଟକି ଯାଇଥିଲା । ଏହି ସମୟରେ ସେ ହିମାଚଳୀ ବେଶଭୂଷା ପିନ୍ଧିଥିଲେ । ସେ ମରୁନ କଲର କୁର୍ତ୍ତା ସହ ନୀଳ ରଂଗର ପ୍ୟାଂଟ ପିନ୍ଧିଥିଲେ । ଏହାସହ ସେ ଯେଉଁ ସନଗ୍ଲାସ ଲଗାଇଥିଲେ ତାହା ମଧ୍ୟ ଭିନ୍ନ ଥିଲା । ଏହାବ୍ୟତୀତ ରଣବୀର ନିଜ ମୁଣ୍ଡରେ ଟୋପି ମଧ୍ୟ ଲଗାଇଥିଲେ ।

ଫିଲ୍ମ ବିଷୟରେ କହିବାକୁ ଗଲେ ରଣବୀର କିଛି ଦିନ ହେବ ନିଜ ଅପକମିଂ ଫିଲ୍ମରେ ୮୩’ରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମ ୧୯୮୩ରେ ଭାରତ ଦ୍ୱାରା ଜିତିଥିବା କ୍ରିକେଟ ବିଶ୍ୱକପ ଉପରେ ଆଧାରିତ । ଏହି ଫିଲ୍ମ ଅପ୍ରେଲ ୨୦୨୦ରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More