Only for Entertainment

କାହିଁକି ଏକା ସାଙ୍ଗରେ ନଜର ଆସୁନାହାଁନ୍ତି ଏହି ଦୁଇ ଅଭିନେତା?

aajtak
23

ଅର୍ଜୁନ କପୁର ଏବଂ ରଣବୀର ସିଂ ଉଭୟ ଭଲ ସାଙ୍ଗ । ଦୁଇଜଣଙ୍କ ବନ୍ଧୁତା ବଡ଼ ପରଦାରେ ମଧ୍ୟ ନଜର ଆସିଛି । କିନ୍ତୁ ଲମ୍ବା ସମୟ ଧରି ଏହି ଦୁଇ ତାରକା ଏକା ସାଙ୍ଗରେ ନଜର ଆସିନାହାଁନ୍ତି । ଏହା ପଛରେ କାରଣ କ’ଣ ହୋଇପାରେ । ନିକଟରେ କିଛି ଫ୍ୟାନ୍ସ ଏହି ବିଷୟରେ ପ୍ରଶ୍ନ କରିଥିବାରୁ ରଣବୀର ସିଂ ଏହାର ଖୁଲାସା ସୋସିଆଲ ମିଡିଆ ଜରିଆରେ କରିଛନ୍ତି ।

ରଣବୀର କହିଲେଯେ ମୁଁ ମଧ୍ୟ ତାଙ୍କୁ ଖୁବ ମନେ ପକାଉଛି,କିନ୍ତୁ ବାବା ଏବେ ଫିଲ୍ମ ପାନିପତରେ ବ୍ୟସ୍ତ ଅଛି,ତେଣୁ ସେ ଫିଲ୍ମରେ ଫୋକସ କରୁଛି ।

କହିରଖୁଛୁଯେ ଦୀପବୀରଙ୍କ ରିସେପସନରେ ଅର୍ଜୁନ ମଲାଇକାଙ୍କ ସହିତ ପହଂଚିଥିଲେ । କିନ୍ତୁ ଏବେ ଦୁଇଜଣ ଉଭୟଙ୍କର ଫିଲ୍ମ ପ୍ରକଳ୍ପରେ ବ୍ୟସ୍ତ ଅଛନ୍ତି । ତେବେ ଅର୍ଜୁନ ପାନିପତର ସୁଟିଂରେ ବ୍ୟସ୍ତ ଥିବାବେଳେ ରଣବୀର ଫିଲ୍ମ ସିମ୍ବାର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More