Only for Entertainment

ରିଲିଜ ହେଲା ‘ସିମ୍ବା’ର ନୂଆ ଗୀତ ‘ତେରେ ବିନ’, ଦେଖିବାକୁ ମିଳିଲା ସାରା ଏବଂ ରଣବୀରଙ୍କ ରୋମାଣ୍ଟିକ କେମେଷ୍ଟ୍ରୀ ।

zee news
43

ବଲିଉଡ ଅଭିନେତା ରଣବୀର ସିଂ ଏବଂ ଅଭିନେତ୍ରୀ ସାରା ଅଲ୍ଲୀ ଖାନ ଖୁବ ଶୀଘ୍ର ଫିଲ୍ମ ସିମ୍ବାରେ ନଜର ଆସିବେ । ଫିଲ୍ମର ପ୍ରଥମ ଗୀତ ଆଙ୍ଖ ମାରେ କିଛି ଦିନ ପୂର୍ବେ ରିଲିଜ ହୋଇଥିଲା ଯାହାକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି । ଏବେ ଏହି ଫିଲ୍ମର ଦ୍ୱିତୀୟ ଗୀତ ‘ତେରେ ବିନ’କୁ ରିଲିଜ କରାଯାଇଛି । ଯାହା ପ୍ରଥମ ଗୀତ ଠାରୁ ସଂପୂର୍ଣ୍ଣ ଭିନ୍ନ । ପ୍ରଥମ ଗୀତଟି ଡ୍ୟାନ୍ସ ନମ୍ବର ହୋଇଥିବା ବେଳେ ଦ୍ୱିତୀୟଟି ଏକ ରୋମାଣ୍ଟିକ ନମ୍ବର । ଏହି ଫିଲ୍ମର ଦୁଇଟି ଗୀତ ରିଲିଜ କରାଯାଇଛି ଏବଂ ଦୁଇଟି ପୁରୁଣା ଗୀତର ରିମେକ । ନୁସରତ ଫତେହ ଅଲ୍ଲୀ ଖାନଙ୍କ ଗୀତ ‘ତେରେ ବିନ’ ଏହା ପୂର୍ବରୁ ୧୯୯୯ରେ ରିଲିଜ ହୋଇଥିବା ଫିଲ୍ମ ‘କଚ୍ଚେ ଧାଗେ’ରେ ଶୁଣିବାକୁ ମିଳିଥିଲା ଯେଉଁଥିରେ ସାରାଙ୍କ ପିତା ସୈଫ ଅଲ୍ଲୀ ଖାନ ନଜର ଆସିଥିଲେ ।

ତାନିଷ୍କ ବାଗଚୀ ଏହି ଗୀତକୁ ପୁଣିଥିରେ ଫିଲ୍ମ ‘ସିମ୍ବା’ ପାଇଁ କମ୍ପୋଜ କରିଛନ୍ତି । ଏହି ଗୀତରେ ଭଏସ ଦେଇଛନ୍ତି ରାହତ ଫତେହ ଅଲ୍ଲୀ ଖାନ । ଏହି ଗୀତକୁ ସ୍ୱଜରଲ୍ୟାଣ୍ଡରେ ସୁଟ କରାଯାଇଛି । ଗୀତରେ ସାରା ଏବଂ ରଣବୀର ସିଂଙ୍କ ରୋମାଣ୍ଟିକ କେମେଷ୍ଟ୍ରୀ ଦେଖିବାକୁ ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More