Only for Entertainment

ରଣବୀର ସିଂଙ୍କ ସିମ୍ବା ଲୁକ ଦେଖି ଈର୍ଷାରେ ଅନ୍ୟ କଳାକାର !

0 28

ରଣବୀର ସିଂ ଏବେ ନିଜର ଅପକମିଂ ଫିଲ୍ମ ସିମ୍ବା ସୁଟିଂରେ ବ୍ୟସ୍ତ ଅଛନ୍ତି । ଆକ୍ସନ-ଡିରେକ୍ଟର ରୋହିତ ସେଟ୍ଟୀଙ୍କ ଏହି ଫିଲ୍ମରେ ରଣବୀରଙ୍କ ନୂଆ ଲୁକ ନଜର ଆସିବାକୁ ଯାଉଛି, ଏଥିପାଇଁ ତାଙ୍କୁ କଡା ମେହନତ କରିବାକୁ ପଡୁଛି । ଫିଲ୍ମରେ ନିଜ ଚରିତ୍ର ପାଇଁ ସେ ଖାସ ବଡି ବନାଇଛନ୍ତି । ଅସଲରେ ରଣବୀରଙ୍କ ଏହି ଲୁକକୁ ଦେଖି ଅନ୍ୟ କଳାକାରଙ୍କ ମଧ୍ୟ ଲଢେଇ ଆରମ୍ଭ ହୋଇଗଲାଣି ।

ରଣବୀର ସିଂ ନିଜର ଏହି ବଡି ବିଲ୍ଡିଂର ଏକ ଫଟୋ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି । ଏହି ଫଟୋ କୁ ଦେଖି ଅନ୍ୟ ହିରୋ ମାନେ ଈର୍ଷା କରୁଥିବ ବେଳେ ଝିଅ ଫ୍ୟାନ୍ସ ତ ଫଟୋ ଦେଖି ମଜା ଲୁଟୁଥିବେ ନିଶ୍ଚୟ । ରଣବୀର ସିଂଙ୍କ ଏହି ଫଟୋ କୁ ଦେଖି ବାଗୀ ଆକ୍ଟର ଟାଇଗର ଶ୍ରଫ ନିଜକୁ ରୋକି ନ ପାରି ତୁରନ୍ତ ଫଟୋ କମେଂଟ କରିଛନ୍ତି । କେବଳ ସେତିକି ନୁହେଁ କମେଂଟରେ ଲେଖିଛନ୍ତି ‘ଡାମ ସୁନ(ଖୁବ ଶୀଘ୍ର)’ କେବଳ ସେତିକି ବିକ୍କି କୌଶଲ ମଧ୍ୟ କମେଂଟ କରି ଲେଖିଛନ୍ତି ଯେ ଖୁବ ଶୀଘ୍ର ମୁଁ ତୁମ ପାଖକୁ ଟିପ୍ସ ନେବାକୁ ଆସୁଛି ।

୧୫ଅଗଷ୍ଟରେ ଏହି ଫିଲ୍ମର ଟିଜର ଜାରି କରି ମେକିଂ ଭିଡିଓ ମଧ୍ୟ ଶେୟାର କରାଯାଇଥିଲା । ଭିଡିଓକୁ ଖୁବ ଭଲ ରେସପନ୍ସ ମିଳିଥିଲା । ଏଥିରେ ଦେଖିବାକୁ ମିଳିଥିଲା ଯେ ଫିଲ୍ମ ହିରୋ କିଭଳି ମହିଳା ମାନଙ୍କୁ ସମ୍ମାନ ପାଇଁ ଗୁଣ୍ଡା ମାନଙ୍କ ଉଚିତ ଶାସ୍ତି ଦେଉଥିଲେ ।

ଏଠାରେ ଆମେ କହି ରଖୁଛୁ ଯେ ଟୋନ୍ଡ ବଡି ମାମଲାରେ ଟାଇଗର କାହା ଠାରୁ କମ ନୁହଁନ୍ତି ଏବଂ ଅନେକ ସମୟରେ ସେ ନିଜର ହଟ ବଡି ଫଟୋ ଶେୟାର କରନ୍ତି । ବାଗୀ ଷ୍ଟାର ଖୁବ ଶୀଘ୍ର ନିଜ ଅପକମିଂ ଫିଲ୍ମ ‘ରେମ୍ବୋ’ର ସୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି , ଏବେ ସେ ନିଜ ବଡି ଉପରେ ଖାସ ଧ୍ୟାନ ଦେଉଛନ୍ତି ।

ଏହି ଫିଲ୍ମ ଚଳିତ ବର୍ଷ ୨୮ଡିସେମ୍ବର୨୦୧୯ରେ ରିଲିଜ ହେବ । ଫିଲ୍ମରେ ରଣବୀର ସିଂଙ୍କ ହିରୋଇନ ହୋଇଛନ୍ତି ସୈଫ ଅଲ୍ଲୀ ଖାନଙ୍କ ଝିଅ ସାରା ଅଲ୍ଲୀ ଖାନ । ସାରାଙ୍କର ଏହା ପ୍ରଥମ ଫିଲ୍ମ ଅଟେ ଏବଂ ସେ ଏହି ଫିଲ୍ମ ଜରିଆରେ ଡେବ୍ୟୁ କରିବାକୁ ଯାଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More