Only for Entertainment

ରଣବୀର ରାଗ ଉପରେ କରି ପାରିଲେ ନାହିଁ କାବୁ, ବ୍ୟକ୍ତିକୁ ଗାଳି କରୁଥିବାର ଭିଡିଓ ହେଲା ଭାଇରାଲ !

0 33

ସିମ୍ବା ଅଭିନେତା ରଣବୀର ସିଂ କୁଲ ଅନ୍ଦାଜ ଏବଂ ଭରପୂର ମସ୍ତି ପାଇଁ ପରିଚିତ ଅଟନ୍ତି ଏବଂ ଖୁବ କମ ଏଭଳି ହୋଇଥିବ ଯେ ରଣବୀରଙ୍କୁ କେହି ରାଗରେ ଦେଖିଥିବ । ପଦ୍ମାବତ ଷ୍ଟାର ଯେତେବେଳେ କାହାକୁ ଦେଖା କରନ୍ତି ଖୁବ ଉତ୍ସାହର ସହ ଭେଟୁଥିବାର ନଜର ଆସନ୍ତି । କିନ୍ତୁ କିଛି ଏଭଳି ଘଟିଛି ଯାହା ଆପଣଙ୍କ ଆଖିକୁ ବିଶ୍ୱାସ ହେବ ନାହିଁ । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ରଣବୀର ସେହି ଭିଡିଓରେ କେହି ଜଣକ ଉପରେ ଜୋରରେ ଚିତ୍କାର କରୁଥିବାର ନଜର ଆସିଛନ୍ତି । ସେହି ବ୍ୟକ୍ତି ଜଣକ ଏହି ଭିଡିଓ ଶେୟାର କରି ରଣବୀରଙ୍କ ଉପରେ ଗମ୍ଭୀର ଆରୋପ ଲଗାଇଛନ୍ତି ଯେ ରଣବୀର ତାଙ୍କ ପରିବାର ଲୋକଙ୍କ ସମ୍ମୁଖରେ ଅସଭ୍ୟ ଭାଷା କହିଛନ୍ତି । ଯଦିଓ ଏହି ଭିଡିଓରେ ରଣବୀରଙ୍କ ସ୍ୱର ପରିଷ୍କାର ଶୁଭିନାହିଁ , ତେଣୁ ଏହି କାରଣରୁ ପତ୍ତା ଲାଗି ପାରୁନାହିଁ ଯେ ରଣବୀର ଗଣ ଗାଳି କରୁଛନ୍ତି । କିନ୍ତୁ ଏତିକି ଜଣା ପଡୁଛି ଯେ ରଣବୀର ରାଗରେ ଚିଲାଉଛନ୍ତି ।

ଏହାପୂର୍ବରୁ ଲଭଳି ଅନେକ ଭିଡିଓ ସାମ୍ନାକୁ ଆସିଛି । ଏହା ନୂଆ ନୁହେଁ । ଏବେ ପ୍ରଶ୍ନ ଆସୁଛି ଯେ ରଣବୀର ଅସଲରେ କଣ ପାଇଁ ଏତେ ରାଗି ଯାଇଥିଲେ । ଏହାର ଦ୍ୱିତୀୟ ଭିଡିଓ ବନାଇଲା ବେଳେ ରଣବୀରଙ୍କ ସହ କଥା ହେଉଥିବା ବେଳେ ମ୍ୟୁଜିକ ଭଲ୍ୟୁମ କମ କାହିଁକି କରି ନଥିଲେ । ଏତେ ଶାନ୍ତ ଭାବେ ଉତ୍ତର ଦେଉଥିବା ବ୍ୟକ୍ତି ଅଧା ଭିଡିଓ କାହିଁକି ଶେୟାର କରିଛନ୍ତି । ଷ୍ଟାର ହେଲେ ଏଭଳି ଭୋଗିବାକୁ ପଡେ ଏହା କିଛି ନୂଆ ନୁହେଁ !

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More