Only for Entertainment

ଏତେ ଦିନ ପରେ ଫିଲ୍ମ ପଦ୍ମାବତକୁ ନେଇ ମୁହଁ ଖୋଲିଲେ ରଣବୀର, କହିଲେ ଇଛା ହେଉଥିଲା………………………….. ।

indiatvnews.com
46

ଗତ ବର୍ଷ ରିଲିଜ ହୋଇଥିଲା ଫିଲ୍ମ ପଦ୍ମାବତ । ଫିଲ୍ମର କିଛି ଦୃଶ୍ୟକୁ ନେଇ ବିରୋଧ କରିଥିଲେ କରଣୀ ସେନା । ଯାହାର ପ୍ରଭାବ ଗୋଟିଏ ରାଜ୍ୟରୁ ଅନ୍ୟ ଏକ ରାଜ୍ୟକୁ ବ୍ୟାପିଥିଲା । କେତେକ ସଙ୍ଗଠନ ଜଳାପୋଡ଼ା ଆରମ୍ଭ କରିଦେଇଥିଲେ । କେତୋଟି ରାଜ୍ୟରେ ଫିଲ୍ମକୁ ବ୍ୟାନ ମଧ୍ୟ କରାଯାଇଥିଲା । ଦୀପିକା ପାଦୁକୋନଙ୍କ ନାକ କାଟ କରିବା ପାଇଁ ଧମକ ମଧ୍ୟ ଦିଆଯାଇଥିଲା । ଫିଲ୍ମର ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲୀଙ୍କୁ ମଧ୍ୟ ଜୀବନରୁ ମାରିଦେବାର ଧମକ ଦେଇଥିଲେ କରଣୀ ସେନାର କିଛି ନେତା । ସେ ଯାହା ହେଉ ବିଭିନ୍ନ ଆଲୋଚନା ପର୍ଯ୍ୟଲୋଚନା ଏବଂ ବାଦ ବିବାଦ ପରେ ଫିଲ୍ମ ରିଲିଜ ହୋଇଥିଲା, ତାହା ପୁଣି ଫିଲ୍ମର ନାମ ପରିବର୍ତ୍ତନ ହେବାପରେ । ତେବେ କେବଳ ଫିଲ୍ମର ନାମ ପରିବର୍ତ୍ତନ ହୋଇନଥିଲା ବରଂ କିଛି ଦୃଶ୍ୟକୁ ମଧ୍ୟ କାଟି ଦିଆଯାଇଥିଲା । ନିକଟରେ ପଦ୍ମାବତ ଫେମ ରଣବୀର ସିଂ ଏକ ଏକ୍ସକ୍ଲୁସିଭ ଆଲୋଚନା ମଧ୍ୟରେ ଏହାକୁ ନେଇ ଏକ ମନ୍ତବ୍ୟ ଦେଇଛନ୍ତି ।

ବାସ୍ତବରେ ଇଣ୍ଡିଆ ଟୁଡେକୁ ଇଂଟରଭ୍ୟୁ ଦେଉଥବା ସମୟରେ ରଣବୀର ସିଂ କହିଛନ୍ତିଯେ ସେହି ସମୟ ମୋତେ ଖୁବ ହତାଶ କରିଦେବାଭଳି ଥିଲା । କାରଣ ମୁଁ ଏହି ବିଷୟରେ କିଛି ମତ ଦେଇ ପାରୁନଥିଲି ଏବଂ ମୋ ହୃଦୟ ସେହି ବିଷୟକୁ ନେଇ କେବଳ ଜଳୁଥିଲା । ଏହା ସହିତ ସେ କହିଛନ୍ତିଯେ ଏକ ସମୟରେ ମୁଁ ଏକ ଭିଡ଼ିଓ ରିଲିଜ କରିବାକୁ ଚାହୁଁଥିଲି ଯେଉଁଥିରେ ମୋର ସମସ୍ତ ରାଗକୁ ଦେଖାଇବାକୁ ଚାହୁଁଥିଲି । ମୁଁ ପ୍ରତିକ୍ରିୟା ଦେଇଥିଲେ ସେମାନଙ୍କୁ ଅଧିକ ଗୁରୁତ୍ୱ ମିଳିଯାଇଥାନ୍ତା, ଯାହା ମୁଁ ଚାହୁଁନଥିଲି । ମୋତେ ଆନୁଷ୍ଠାନିକ ଭାବରେ ରହିବାକୁ ଥିଲା ଏବଂ ମୋ ପ୍ରଯୋଜକଙ୍କ ଅନୁସାରେ ଚାଲିବାର ଥିଲା, କାରଣ ସେଥିରେ ପ୍ରଚୁର ଟଙ୍କା ବ୍ୟୟ କରାଯାଇଥିଲା ।

ଖବର ମୁତାବକ ବିବାଦ ପରେ ମଧ୍ୟ ଫିଲ୍ମ ବକ୍ସ ଅଫିସରେ ଜବରଦସ୍ତ ରୋଜଗାର କରିଥିଲା । ଫିଲ୍ମ ବକ୍ସ ଅଫିସରେ ୩୦୦ କୋଟିରୁ ଅଧିକ ବାଣିଜ୍ୟ କରିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More