Only for Entertainment

୮୩ରେ ରଣବୀରଙ୍କ ପତ୍ନୀ ହେବେ ଦୀପିକା, ସ୍ପଷ୍ଟ ହେବା ପରେ ରଣବୀର ଶେୟାର କଲେ ମଜାଦାର ଭିଡିଓ !

14

ବଲିଉଡ ଅଭିନେତା ରଣବୀର ସିଂ କିଛି ଦିନ ହେବ ଲଣ୍ଡନରେ ନିଜ ଆଗାମୀ ଫିଲ୍ମ ୮୩ର ସୁଟିଂ କରୁଛନ୍ତି । ଫିଲ୍ମରେ ସେ କପିଲ ଦେବଙ୍କ ଭୂମିକାରେ ନଜର ଆସିବେ । ଆଗରୁ ଏଭଳି ଶୁଣିବାକୁ ମିଳିଥିଲା ଯେ ଏହି ଫିଲ୍ମରେ ଦୀପିକା ରଣବୀରଙ୍କ ସହ ନଜର ଆସିବେ ମାତ୍ର ଏବେ ଦୀପିକା ନିଜେ ଏହା କନଫର୍ମ କରିଛନ୍ତି ।

ଅଭିନେତା ବୁଧବାର ଦିନ ୪ଟି ଟ୍ୱିଟ କରିଛନ୍ତି । ଏଥିରେ ଏକ ଟ୍ୱିଟରେ କହିଛନ୍ତି ଯେ ଦୀପିକା ୮୩ ଟିମରେ ସାମିଲ ହୋଇଛନ୍ତି । ସେହିଭଳି ଅନ୍ୟ ଟ୍ୱିଟରେ କହଛନ୍ତି ଯେ ମୋ ସ୍ତ୍ରୀ ଠାରୁ ବେଶୀ ଭଲ ମୋ ସ୍ତ୍ରୀ ର ଭୂମିକା ଆଉ କିଏ କରିପାରିବ ?

ରଣବୀରଙ୍କ ଆଉ ଏକ ଟ୍ୱିଟ ଖୁବ ମଜାଦାର ରହିଛି । ଏହା ଏକ ୪ସେକେଣ୍ଡର ଭିଡିଓ କ୍ଲିପ, ଯେଉଁଥିରେ ରଣବୀରଙ୍କ ବମ ଉପରେ ଦୀପିକା ବ୍ୟାଟ ମାରୁଛନ୍ତି ଏବଂ ରଣବୀର ଡେଉଁଛନ୍ତି । ଏହାକୁ ଶେୟାର କରି ଅଭିନେତା କହିଛନ୍ତି ଯେ ମୋ ଜୀବନ କାହାଣୀ ରିଲ ଏବଂ ରିଅଲ । ଫିଲ୍ମ ବିଷୟରେ କହିବାକୁ ଗଲେ ନିର୍ଦ୍ଦେଶକ କବୀର ଖାନ ଏହି ଫିଲ୍ମ ୧୯୮୩ରେ ହୋଇଥିବା ବିଶ୍ୱକପରେ ଭାରତୀୟ କ୍ରିକେଟ ଟିମକୁ ମିଳିଥିବା ଐତିହାସିକ ବିଜୟ ଉପରେ ଆଧାରିତ ହୋଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More