Only for Entertainment

୯୦ ଦଶକର ଏହି ଫିଲ୍ମରେ ନିଜକୁ ଲିଡ ରୋଲରେ ଦେଖିବାକୁ ଚାହାଁନ୍ତି ରଣବୀର ସିଂ !

Republic World
20

୧୯୯୪ରେ ରିଲିଜ ହୋଇଥିବା ସଲମାନ ଖାନ ଏବଂ ଅମୀର ଖାନ ଷ୍ଟାରର ଫିଲ୍ମ ‘ଅନ୍ଦାଜ ଅପନା ଅପନା’କୁ ଅନେକ ବର୍ଷ ବିତି ଯାଇଥିଲେ ମଧ୍ୟ ଏହା ଦର୍ଶକଙ୍କ ପ୍ରିୟ ଫିଲ୍ମ ତାଲିକାରେ ସାମିଲ ହୋଇ ରହିଛି । ଫିଲ୍ମକୁ ଦର୍ଶକ ଗୋଟିଏ ଥର ନୁହେଁ ବରଂ ବାରମ୍ବାର ଦେଖିବାକୁ ପସନ୍ଦ କରିଥାନ୍ତି । ଫିଲ୍ମରେ ସଲମାନ-ଅମୀରଙ୍କ ବ୍ୟତୀତ କରିଶ୍ମା କପୁର ଏବଂ ରବୀନା ଟଣ୍ଡନ ମଧ୍ୟ ନଜର ଆସିଥିଲେ । ଫିଲ୍ମକୁ ଭାରତୀୟ ଫିଲ୍ମ ଦୁନିଆର କଲ୍ଟ କମେଡି ଫିଲ୍ମର ଟାଇଟଲ ଦିଆଯାଇଛି । ଆଜି ମଧ୍ୟ ଲୋକେ ଫିଲ୍ମକୁ ଦେଖିବାକୁ ପସନ୍ଦ କରିଥାନ୍ତି । ତେବେ କେବଳ ସାଧାରଣ ଲୋକେ ନୁହଁନ୍ତି ବଲିଉଡ ଅଭିନେତା ରଣବୀର ସିଂ ମଧ୍ୟ ଏହି ଫିଲ୍ମର ଜଣେ ଫ୍ୟାନ । ଏହା ଆମେ ନୁହେଁ ଖୋଦ ରଣବୀର ସେୟାର କରିଛନ୍ତି ।

ରଣବୀର ଏବେ ନିଜର ଆଗାମୀ ଫିଲ୍ମ ସିମ୍ବାର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ଫିଲ୍ମର ପ୍ରମୋଶନ ପାଇଁ ରଣବୀର ଟ୍ୱିଟରରେ ଆକ୍ସ ସିମ୍ବା ସେସନ ରଖିଛନ୍ତି । ତେବେ ରଣବୀରଙ୍କୁ ଜଣେ ଫ୍ୟାନ ଟ୍ୱିଟ କରି କହିଥିଲେ ତାଙ୍କୁ କୌଣସି କମେଡି ଫିଲ୍ମରେ ଦେଖିବା ପାଇଁ ଚାହାଁନ୍ତି । ଏହା ଉତ୍ତରରେ ରଣବୀର କହିଥିଲେ, ତାଙ୍କୁ ଭଲ ସ୍କ୍ରିପ୍ଟର ଅପେକ୍ଷା ରହିଛି । ଅନ୍ଦାଜ ଅପନା ଅପନା ପରି । ତେବେ ଫିଲ୍ମର ସିକ୍ୱଲ ଯଦି ନିର୍ମାଣ ହୁଏ ତେବେ ରଣବୀର କାହା ରୋଲରେ ନଜର ଆସିବେ ତାହା ଦେଖିବା ମଜାଦାର ରହିବ ।

ତେବେ ଫିଲ୍ମ ସିମ୍ବା ବିଷୟରେ କହିବାକୁ ଗଲେ ରୋହିତ ସେଟ୍ଟୀଙ୍କ ର୍ନିେଶନାରେ ନିର୍ମିତ ଏହି ଫିଲ୍ମ ୨୮ ଡିସେମ୍ବରରେ ରିଲିଜ ହେବ । ଫିଲ୍ମରେ ରଣବୀର ସିଂଙ୍କ ଅପୋଜିଟରେ ସୈଫ ତନୟା ସାରା ଅଲ୍ଲୀ ଖାନ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More