Only for Entertainment

ଦୀପିକା ନୁହଁନ୍ତି ବରଂ ଏହି ଅଭିନେତ୍ରୀଙ୍କ ସହ ରାତି ଅଧରେ କଥା ହେଉଥିଲେ ରଣବୀର, ଭିଡିଓ ଭାଇରାଲ !

navodayatimes
0 92

ପଦ୍ମାବତ ଫିଲ୍ମର ସଫଳତା ପରେ  ଅଲ୍ଲାଉଦ୍ଧିନ ଖିଲଜିଙ୍କ ନାମରେ ପ୍ରସିଦ୍ଧ ହୋଇଥିବା ବଲିଉଡ ଅଭିନେତା ରଣବୀର ସିଂହ ତାଙ୍କ ବନ୍ଧୁ ପ୍ରିୟଙ୍କା ଚୋପ୍ରା ତାଙ୍କର ହାଲତ ସମ୍ବନ୍ଧରେ ଜାଣିବା ପାଇଁ ଭିଡିଓ କଲ କରନ୍ତି ।

ମାତ୍ର ଏଥର ପ୍ରିୟଙ୍କା ଚୋପ୍ରା ରଣବୀରଙ୍କୁ ସରପ୍ରାଇଜ ଦେବା ଲାଗି ରାତି ଅଧରେ ଭିଡିଓ କଲ କରିଥିଲେ । ସେହି ସମୟରେ ରଣବୀର ତାଙ୍କ କାରରେ ବସିଥିଲେ । ଯେତେବେଳେ ରଣବୀର ଦେଖିଲେ ତାଙ୍କ ବନ୍ଧୁ କଲ କରିଛନ୍ତି ସେ ସମସ୍ତ କାମ ଛାଡି ତାଙ୍କ କଲର ଉତ୍ତର ଦେଇଥିଲେ ।

raneer-priyanka1-ll

ସମ୍ପୂର୍ଣ୍ଣ ଘଟଣା ଏହା ଯେ ପ୍ରିୟଙ୍କା ଯେଉଁ ସମୟରେ କଲ କରିଥିଲେ ସେହିସମୟରେ ସେ ଇନଷ୍ଟାଗ୍ରାମରେ ଲାଇଭ ଚାଟ କରୁଥିଲେ । ସେ ରଣବୀରଙ୍କୁ ଲାଇଭ ଚାଟରେ ସାମିଲ ହେବା ଲାଗି ଭିଡିଓ କଲ କରିଥିଲେ । ଏହି କଥାର ସତ୍ୟତା ନିଜେ ପ୍ରିୟଙ୍କା ଭିଡିଓ ସେୟାର କରି ଟ୍ୱିଟ କରିଛନ୍ତି । ପ୍ରିୟଙ୍କା ତାଙ୍କ ଟ୍ୱିଟରେ ରଣବୀରଙ୍କୁ ଧନ୍ୟବାଦ ଅର୍ପଣ କରି ତାଙ୍କୁ ରକଷ୍ଟାର କହି ଟ୍ୱିଟ କରିଛନ୍ତି । ରଣବୀର ଅନ୍ତରାଷ୍ଟୀୟ ମହିଳା ଦିବସରେ ଦେଇଥିବା ସନ୍ଦେଶକୁ ତାରିଫ କରିଛନ୍ତି ।
ଭିଡିଓ କଲରେ ପ୍ରିୟଙ୍କା ପଚାରିଥିବା ପ୍ରଶ୍ନ

ଭିଡିଓ କଲରେ ପ୍ରିୟଙ୍କା ତାଙ୍କୁ ମହିଳା ଦିବସକୁ ନେଇ ଅନେକ ପ୍ରଶ୍ନ ପଚାରିଥିଲେ । ଯେମିତିକି ସେ ମହିଳା ଦିବସକୁ କିପରି ସ୍ପେଶାଲ ବନାଇବାକୁ ପ୍ରସ୍ତୁତି ଚଳାଇଛନ୍ତି । ଉତ୍ତରରେ ରଣବୀର କିଛି ଏଭଳି କହିଥିଲେ ଯେ ଏହା ଶୁଣି ପ୍ରିୟଙ୍କା ହସିବାକୁ ଲାଗିଥିଲେ । ରଣବୀର କହିଥିଲେ ଯେ ସେ ସ୍କର୍ଟ ପିନ୍ଧିବେ ଏବଂ କେବଳ ସେ ନୁହଁନ୍ତି ସ୍ପଟ ବୟ ଠାରୁ ସୁଟିଂ ସେଟରେ ଉପସ୍ଥିତ ଥିବା ସମସ୍ତ ସଦସ୍ୟ ସ୍କର୍ଟ ପିନ୍ଧିବେ ବୋଲି କହିଥିଲେ । ତାଙ୍କର ଏହି ନିଆରା ଷ୍ଟାଇଲକୁ ଖୁବ ପ୍ରଶଂସା କରିଥିଲେ ପ୍ରିୟଙ୍କା । ଦେଖନ୍ତୁ ଏହି ଭିଡିଓ-

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More