Only for Entertainment

ଏବେ ଦୀପିକାଙ୍କ ପରେ ଏବେ ହଲିଉଡରେ ଡେବ୍ୟୁ କରିବେ ରଣବୀର !

ଏଂଟ୍ରି କରିବା ମାତ୍ରେ ଡେଡପୁଲ୨ର ମୁଖ୍ୟ ଭୂମିକା ସହ ହେଲା ସମ୍ପର୍କ ।

slash film
0 47

ଫିଲ୍ମ ‘ପଦ୍ମାବତ’ରେ ଖିଲଜି ଭୂମିକାରେ ଚର୍ଚ୍ଚାରେ ଆସିଥିବା ବଲିଉଡ ଅଭିନେତା ରଣବୀର ସିଂ ଖୁବ ଶୀଘ୍ର ନିଜ ଫ୍ୟାନ୍ସଙ୍କୁ ଏକ ନୂଆ ଉପହାର ଦେବାକୁ ଯାଉଛନ୍ତି । ରଣବୀର ସିଂ ପୁଣି ଥରେ ନିଜର କମେଡି ଅନ୍ଦାଜରେ ଦର୍ଶକମାନଙ୍କ ହୃଦୟ ଜିତିବାରେ ନଜର ଆସିବେ । ସେ ଖୁବ ଶୀଘ୍ର ହଲିଉଡ ଫିଲ୍ମରେ ଭିନ୍ନ ଅନ୍ଦାଜରେ ନଜର ଆସିବାକୁ ଯାଉଛନ୍ତି ।

ଖବର ମୁତାବକ ରଣବୀର ସିଂ ଖୁବ ଶୀଘ୍ର ହଲିଉଡ ଫିଲ୍ମ ‘ଡେଡପୁଲ୨’ରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଇଂରାଜୀ ୱେବସାଇଟ ମିଡ ଡେ ଖବର ମୁତାବକ ‘ଡେଡପୁଲ୨’ରେ ରଣବୀର ସିଂ ମୁଖ୍ୟ ଭୂମିକାରେ ଥିବା ରୟାନ ରେନଲ୍ଡସଙ୍କ ସ୍ୱର ହିନ୍ଦୀରେ ଡବିଂ କରିବେ । ଶୁଣିବାକୁ ମିଳିଛି ଯେ ‘ଡେଡପୁଲ୨’ର ଟ୍ରେଲରରେ ରଣବୀର ସିଂ ତାଙ୍କ ସ୍ୱର ଦେଇସାରିଛନ୍ତି ।

ବିଶେଷ ସୂତ୍ରରୁ ପ୍ରକାଶ ଯେ, ଗତକିଛି ଦିନ ହେବ ଅପକମିଂ ଫିଲ୍ମ ‘ସିମ୍ବା’ର ସୁଟିଂରେ ରଣବୀର ଖୁବ ବ୍ୟସ୍ତ ଅଛନ୍ତି । ମାତ୍ର ଫିଲ୍ମ ସୁଟିଂରୁ ସମୟ ବାହାର କରି ସେ ‘ଡେଡପୁଲ୨’ ପାଇଁ ଡବିଂ କରିବାକୁ ସମୟ ବାହାର କରିବେ । ଏହି ବିଷୟରେ ଜାଣିବା ପରେ ରଣବୀର ସିଂଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ଡେଡପୁଲ୨ ଫିଲ୍ମକୁ ନେଇ ଉତ୍ସାହ ବଢିବାରେ ଲାଗିଛି ।

ଏଠାରେ ଆମେ କହି ରଖୁଛୁ ଯେ ଫିଲ୍ମ ଡେଡପୁଲ୨ର ପୂର୍ବ ଫିଲ୍ମ ଡେଡପୁଲ ୨୦୧୬ରେ ପରଦାକୁ ଆସିଥିଲା । ଏହା ସମ୍ପୂର୍ଣ୍ଣ କମେଡି ଏବଂ ସୁପରହିରୋ ଥିବା ଫିଲ୍ମ  ଅଟେ । ସେପଟେ ସିମ୍ବାରେ ରଣବୀରଙ୍କ ସହ ମୁଖ୍ୟ ଭୂମିକାରେ ଆଲିୟା ଭଟ୍ଟ ନଜର ଆସିବେ । ଏହି ଫିଲ୍ମରେ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ରୋହିତ ସେଟ୍ଟୀ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More