Only for Entertainment

ଇଣ୍ଡଷ୍ଟ୍ରିରେ ହୋଇନଥାଏ ରେପ, ମି ଠୁ’କୁ ବକବାସ କହିଲେ ଶିଳ୍ପା ସିନ୍ଦେ ।

youtube
32

ମି ଠୁରେ ଆଜିକାଲି ଅଧିକାଂଶ ମହିଳା କେତେକଙ୍କ ନାମରେ ଅଭିଯୋଗ ଆଣି ସାରିଛନ୍ତି । ଯେଉଁଥିରେ ସେଲିବ୍ରେଟୀଙ୍କ ଠାରୁ ଅଧିକ ପ୍ରତିକ୍ରିୟା ଦେଖିବାକୁ ମିଳୁଛି । ଏହି ଘଟଣା ଉପରେ ନିଜର ରାୟ ରଖିଛନ୍ତି ଶିଳ୍ପା ସିନ୍ଦେ ।ତାଙ୍କ କହିବା ଅନୁସାରେ ଯା ସହିତ ଏଭଳି ଘଟଣା ଘଟୁଛି ସେହି ସମୟରେ କହିବା ଉଚିତ ।ଏହା ଖୁବ ସାଧାରଣ । ମୁଁ ମଧ୍ୟ ଏହା ସାମ୍ନା କରି ସାରିଛି ।ପରେ କହିବାର କୌଣସି ଅର୍ଥ ନାହିଁ,ସବୁ ବ୍ୟର୍ଥ ।

ପରେ କହିଲେ କେହି ମଧ୍ୟ ଶୁଣିବେ ନାହିଁ କେବଳ ବିବାଦ ଆରମ୍ଭ ହେବ । କିନ୍ତୁ ଏ ସବୁ ପାଇଁ ସାହସର ଆବଶ୍ୟକତା ରହିଛି । ସେ ଏହା କହିଛନ୍ତିଯେ କେବଳ ଇଣ୍ଡଷ୍ଟ୍ରି ଖରାପ ବା ଭଲ ନୁହେଁ ଏହି ଘଟଣା ସମସ୍ତ ସ୍ଥାନରେ ହେଉଛି । ଏହା ନିଜ ଉପରେ ନିର୍ଭର କରେ କେଉଁଭଳି ସାମ୍ନା କରାଯିବ ।

ଶିଳ୍ପା ଏହା ମଧ୍ୟ କହିଛନ୍ତିଯେ ଇଣ୍ଡଷ୍ଟ୍ରିରେ ରେପ ହୋଇନଥାଏ,ଏହା ଉଭୟଙ୍କ ସହମତିରେ ହୋଇଥାଏ । ଯଦି ଏଥିପାଇଁ ପ୍ରସ୍ତୁତ ନୁହଁନ୍ତି ତାହାକୁ ଛାଡ଼ିଦେବା ଉଚିତ । ଶିଳ୍ପା ଭାବୁଛନ୍ତିଯେ ଏହା ଦ୍ୱାରା ସମାଜରେ କୌଣସି ପରିବର୍ତ୍ତନ ଆସିବ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More