Only for Entertainment

ନିର୍ବାଚନକୁ ଧ୍ୟାନରେ ରଖି ଟ୍ୱିନ ସିଟିର ମତଦାତା ମାନଙ୍କୁ ମାଗଣା ସେବା ଯୋଗାଇବ ‘ରାପିଡୋ’

linkedin
20

ଚଳିତ ନିର୍ବାଚନକୁ ଧ୍ୟାନରେ ରଖି ଦେଶର ବାଇକ୍ ଟ୍ୟାକ୍ସି ସେବା ପ୍ରଦାନକାରୀ ସଂସ୍ଥା ‘ରାପିଡୋ’ ମତଦାତା ମାନଙ୍କୁ ମାଗଣା ସେବା ପ୍ରଦାନ କରିଛି । ଏହି ସେବା ନିମନ୍ତେ କେବଳ ଭୁବନେଶ୍ୱର ଓ କଟକର ମତଦାତାମାନେ ରାପିଡୋ ଆପ ମାଧ୍ୟମରେ ଏହାକୁ ବୁକ୍ କରି ଏହାର ସୁଯୋଗ ପାଇପାରିବେ । ରାପିଡୋ ମତଦାତା ମାନଙ୍କ ‘ରାଇଟ୍ ଟୁ ଭୋଟ’ ଅଧିକାରକୁ ଦୃଢୀଭୁତ କରି ଠିକ୍ ସମୟରେ ମତଦାନ କେନ୍ଦ୍ର ନିକଟରେ ପହଞ୍ଚାଇବାର ପଦକ୍ଷେପ ନେଇଛି ।

rapido1

ମତଦାତା ‘ଆଇ ଭୋଟ’ କୁପନ ମାଧ୍ୟମରେ ଏହାକୁ ବୁକିଙ୍ଗ୍ କରିପାରିବେ । ଏହି ଅବସରରେ ରାପିଡୋର ସିଟି ମୁଖ୍ୟ ସିବାଶିଷ୍ ରଥ କହିଛନ୍ତି ଯେ, “ଆମେ ଏହି ସେବା ଭୁବନେଶ୍ୱର ଓ କଟକର ମତଦାତାଙ୍କୁ ପ୍ରଦାନ କରିଛୁ ଯାହାଦ୍ୱରା ସେ ସଠିକ୍ ସମୟରେ ପୋଲିଙ୍ଗ୍ ଷ୍ଟେସନରେ ପହଞ୍ଚି ନିଜର ମୂଲ୍ୟବାନ ଭୋଟ ଦେଇପାରିବେ । ଏହି ସେବା କେବଳ ମତଦାତାଙ୍କ ନିମନ୍ତେ ମତଦାନ ଚାଲିଥିବା ସମୟ ମଧ୍ୟରେ ଉପଲବ୍ଧ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More