Only for Entertainment

ମୁଁ ପାରିବାରିକ ରାପର, ଗୀତରେ ମହିଳାଙ୍କୁ ବସ୍ତୁ ରୂପରେ ଦର୍ଶାଇବି ନାହିଁ : ବାଦଶାହ

Lifeberrys
0 30

ଲୋକପ୍ରିୟ ରାପର ବାଦଶାହଙ୍କ କହିବା ଅନୁସାରେ ସେ ମହିଳାମାନଙ୍କୁ ନିଜ ଗୀତରେ ବସ୍ତୁ ରୂପରେ ଦର୍ଶାଇବେ ନାହିଁ । ୩୨ ବର୍ଷୀୟ ବାଦଶାହ ଏହା ମଧ୍ୟ କହିଛନ୍ତି ଯେ ତାଙ୍କୁ ରାପ କରିବାର ପୁରା ସ୍ୱାଧୀନତା ରହିଛି । କିନ୍ତୁ ସେ କେବେ ଅନ୍ୟର ଭାବନାକୁ ଆଘାତ ଦେବା ଭଳି ଗୀତ କରିନାହାଁନ୍ତି ।

ବାଦଶାହ ରେଡିଓ ଚ୍ୟାନନେଲର ଶୁଭାରମ୍ଭ କରି ମିଡିଆକୁ କହିଥିଲେ କିଛି ଲୋକ କିଛି ଜିନିଷକୁ ପସନ୍ଦ କରିଥାନ୍ତି ଅନ୍ୟ କିଛି ଲୋକ ଏହାକୁ ଭୁଲ ବୋଲି କହିଥାନ୍ତି । କିନ୍ତୁ ଏପରି କିଛି ନୁହେଁ । ବାଦଶାହା କହିଥିଲେ ସେ ଏପରି ଏକ ପରିବାରୁ ଆସିଛନ୍ତି ଯେଉଁଠି ତାଙ୍କ ମା, ଭଉଣୀ, ପତ୍ନୀ ଏବଂ ତାଙ୍କ ଝିଅ ରୁହନ୍ତି । ସେ କେବେ ବି ମହିଳାଙ୍କୁ ବସ୍ତୁ ରୂପରେ ବ୍ୟବହାର କରିବେ ନାହିଁ ଯିଏ ତାଙ୍କୁ ପାଳିଛି, ରକ୍ଷା କରିଛି ଏବଂ ଭଲ ପାଇଛି ।

ବାଦଶାହ କହିଛନ୍ତି, ମୁଁ ଜାଣି ଶୁଣି କାହାର ଭାବନାକୁ ଆଘାତ ଦେଇନାହିଁ । ମୁଁ ରାପ କରିବାର ସ୍ୱାଧୀନତା ପାଇଛି ଏବଂ ସଙ୍ଗୀତ ସହିତ ଟିକେ ହସ ମଜାକ କରିଛି ଯାହା ସମସ୍ତେ କରିଥାନ୍ତି । ଏହା ସହିତ କହିଥିଲେ ମୁଁ ଏକ ପାରିବାରିକ ରାପର ।

କାଶ୍ମୀରକୁ ନେଇ ମଧ୍ୟ ବାଦଶାହ ନିଜ ବୟାନ ଦେଇଥିଲେ ସେ କହିଥିଲେ ଆଜି କାଲି କୌଣସି ସ୍ଥାନ ସୁରକ୍ଷିତ ନୁହେଁ । କାଶ୍ମୀରକୁ ଭଲ ଜନସମ୍ପର୍କର ଆବଶ୍ୟକତା ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More