Only for Entertainment

ମ୍ୟାଜିକଲ ଗାୟକ ରତିକାନ୍ତ ଶତପଥିଙ୍କ ନିଆରା ଗୀତ ।

OdiaLive
0 41

ପୁଣି ଥରେ ନିଜ ମାଜିକାଲ୍ ଗାୟିକିରେ ସ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିବା ପାଇଁ ଏକ ମନଛୁଆଁ ଗୀତ ଭେଟି ଦେଇଛନ୍ତି ଲୋକପ୍ରିୟ କଣ୍ଠଶିଳ୍ପୀ ରତିକାନ୍ତ ଶତପଥୀ । ରିଲିଜ୍ ହେବାକୁ ଥିବା ଏକ ସର୍ଟ ଫିଲ୍ମ ‘ଅଧା ଲେଖା ଚିଠି’ରେ ସ୍ଥାନ ପାଇବ ରତିକାନ୍ତ ଶତପଥୀଙ୍କ ଏହି ଗୀତଟି ।

 

 ଭିଟ୍ୟୁନ୍ ପ୍ରୋ ଏବଂ ପଡିହାରି କ୍ରିଏଟିଭସ୍ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏକ ସର୍ଟଫିଲ୍ମ ଅଧା ଲେଖା ଚିଠିରେ ସ୍ଥାନ ପାଇବ ଏହି ଗୀତ । ମାନସ ପଡିହାରିଙ୍କ ଲିରିକ୍ସ, ଓ ଶ୍ରୀକାନ୍ତ ପଣ୍ଡାଙ୍କ ସଙ୍ଗୀତରେ ଏହି ଗୀତରେ ନିଜ ଜବରଦସ୍ତ ଗାୟିକିର ନମୁନା ପୁଣିଥରେ ଭେଟି ଦେଇଛନ୍ତି କଣ୍ଠଶିଳ୍ପୀ ରତିକାନ୍ତ ଶତପଥୀ ।

 


ଏକ ନିଆରା ପ୍ରେମକାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ଏହି ସର୍ଟ ଫିଲ୍ମ । ଯେଉଁଥିରେ ପ୍ରମୁଖ ଭୂମିକାରେ ଛୋଟ ପରଦାର ନାୟକ ଚିନ୍ମୟ, ଅଭିନେତ୍ରୀ ଶ୍ରଦ୍ଧା ଓ ସୋନାଲିଙ୍କୁ ଦେଖିବାକୁ ମିଳିବ । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅଜୟ ପାଢି । ତେବେ ସିନେମାଟି ଆସନ୍ତା ୨୦ ତାରିଖରେ ରିଲିଜ୍ ହେବାକୁ ଥିବାବେଳେ, ଏବେ ଆସିଛି ଏହି ରୋମାଂଟିକ୍ ଗୀତଟି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More