Only for Entertainment

ଜାଣନ୍ତି କି ସୀତା ରାବଣଙ୍କ କନ୍ୟା ଥିଲେ?

gyanapanti.com
0 43

ରାମାୟଣ କଥା ପଡ଼ିଲେ ପ୍ରଥମେ ଆଖିକୁ ଆସନ୍ତି ଲଙ୍କାର ରାଜା ରାବଣ ଓ ପ୍ରଭୁ ଶ୍ରୀରାମଙ୍କ ପତ୍ନୀ ସୀତା। ରାବଣ ଛଦ୍ମ ବେଶରେ ଆସି ସୀତାଙ୍କୁ ନିଜ ପୁଷ୍ପକ ବିମାନରେ ବସାଇ ଲଙ୍କାକୁ ନେଇଯାଆନ୍ତି। ଏପଟେ ଖୋଜି ଖୋଜି ବେଦମ୍‌ ହୁଅନ୍ତି ଦୁଇ ଭାଇ ରାମ-ଲକ୍ଷ୍ମଣ। ସୀତାଙ୍କୁ ରାବଣ କବଳରୁ ଫେରାଇ ଆଣିବାକୁ ଚାଲେ ନାନା ଯୋଜନା ଆଉ ରଣବିଦ୍ଧି। ରାମ-ରାବଣ ଯୁଦ୍ଧରେ ରାବଣ ବଧ ହୁଅନ୍ତି। ଶେଷରେ ପତିଙ୍କ ସହ ଅଯୋଧ୍ୟା ଫେରନ୍ତି ଜନକ ନନ୍ଦିନୀ। ଏତିକି କଥାରୁ ତ ଆପଣ ନିଶ୍ଚୟ ଜାଣିଯାଇଥିବେ ରାମ-ରାବଣ ଓ ସୀତାଙ୍କ ଭିତରର ସଂପର୍କ।

ମାତ୍ର ଅଦ୍ଭୂତ ରାମାୟଣରେ କିଛି ଏପରି କଥା ଲେଖାଯାଇଛି ଯାହାକୁ ପଢ଼ିବା ପରେ ଆପଣ ଆଶ୍ଚର୍ୟ୍ୟ ହୋଇଯିବେ ନିଶ୍ଚୟ। ସେଥିରେ ଲେଖାଯାଇଛି ରାବଣଙ୍କ ପତ୍ନୀ ମନ୍ଦଦୋରୀ ହେଉଛନ୍ତି ଦେବୀ ସୀତାଙ୍କ ମାଆ। କଥା ରହିଛି ଯେ ଏକଦା ରାବଣ ସନ୍ଥମାନଙ୍କୁ ବଦ୍ଧ କରିବା ପରେ ସେମାନଙ୍କ ରକ୍ତକୁ ଆଣି ଏକ ବିରାଟ ପାତ୍ରରେ ନିଜ ଘରେ ରଖିଥିଲେ। ଏପଟେ ସାଧୁ ଗ୍ରୀତସ୍ମଦ ମାଆ ଲକ୍ଷ୍ମୀଙ୍କୁ ନିଜ କନ୍ୟା ଭାବେ ପାଇବା ପାଇଁ ସବୁବେଳେ ଚିନ୍ତା କରୁଥାନ୍ତି। ତେଣୁ ସେ ଏକ ପାତ୍ରରେ କିଛି କ୍ଷୀର ରଖି ଲକ୍ଷ୍ମୀଙ୍କୁ କନ୍ୟା ରୂପେ ପ୍ରାପ୍ତ କରିବା ଆଶାରେ ପୂଜାର୍ଚ୍ଚନା କଲେ। ମାତ୍ର ରାବଣ ଗ୍ରୀତସ୍ମଦଙ୍କ ଘରକୁ ପଶି ବଳପୂର୍ବକ ତାଙ୍କ କ୍ଷୀର ଛଡ଼ାଇ ଆଣି ପୂର୍ବରୁ ରକ୍ତ ରଖିଥିବା ପାତ୍ରରେ ଢ଼ାଳି ଦେଲେ।

ରାବଣଙ୍କର ଏପରି ଆଶୁରିକ ପ୍ରବୃତିରେ କ୍ଷୁବ୍ଧ ହୋଇ ପତ୍ନୀ ମନ୍ଦଦୋରୀ ଆତ୍ମହତ୍ୟା କରିବାର ନିଷ୍ପତ୍ତି ନେଲେ। ରାଗରେ ଯାଇ ରାବଣ ରଖିଥିବା ସେହି ଦୁଗ୍ଧ ମିଶ୍ରିତ ରକ୍ତ ତକ ପିଇ ପକାଇଲେ। ସେ ମରିବା ପରିବର୍ତ୍ତେ ତାଙ୍କ ଗର୍ଭରେ ସୀତା ରହିଗଲେ। ସନ୍ଥମାନଙ୍କ ରକ୍ତ ଏବଂ ମାଆ ଲକ୍ଷ୍ମୀଙ୍କୁ ପ୍ରାପ୍ତ କରିବା ଉଦ୍ଦେଶ୍ୟରେ ପୂଜା କରାଯାଇଥିବା କ୍ଷୀର ପିଇଥିବାରୁ ସେ ଦେବୀ ସୀତାଙ୍କୁ ନିଜ ଗର୍ଭରେ ରଖିବାର ସମର୍ଥ ହେଲେ, ଯିଏକି ଲକ୍ଷ୍ମୀଙ୍କର ଏକ ଅଂଶ।

ତା’ପରେ ସେ ସୀତା ଜନ୍ମ ପରେ ତାଙ୍କୁ ପାଣିରେ ଭସାଇ ଦେଲେ। କିଛି ଦିନ ପରେ ରାଜା ଜନକଙ୍କ କ୍ଷେତରୁ ଲଙ୍ଗଳ ମୁନ ବାଜିବାରୁଏକ କନ୍ୟା ସନ୍ତାନ ମିଳିଲା । ଜନକ ତାଙ୍କୁ ନିଜ ଝିଅ ପରି ପାଳିଲେ। ସେ ଜନକ ନନ୍ଦିନୀ ହୋଇଥିବାରୁ ତାଙ୍କୁ ଜାନକୀ କୁହାଯାଏ। କ୍ଷେତରୁ ଲଙ୍ଗଳ ମୁନରେ ବାଜି ମିଳିଥିବାରୁ ତାଙ୍କ ନାମ ରଖାଗଲା ସୀତା। ବିଶ୍ୱାସ କରାଯାଏ ଯେ ମନ୍ଦଦୋରୀ ପାଣିରେ ଭସାଇ ଦେଇଥିବା ସେହି କନ୍ୟା ସନ୍ତାନଟି ଜନକଙ୍କ ପୁତ୍ରି ଜାନକୀ ହୋଇ ବଢ଼ିବାରେ ଲାଗିଲେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More