Only for Entertainment

ଏହି ବଧୂ ଭାଙ୍ଗିଲେ ପାଗଳାମୀର ସମସ୍ତ ରେକର୍ଡ, ନିଜ ବିବାହରେ ପିନ୍ଧିଲେ ଦୀପିକାଙ୍କ ଭଳି ବ୍ରାଇଡାଲ ଲେହେଙ୍ଗା !

31

ଫ୍ୟାନ୍ସମାନେ ନିଜ ପ୍ରିୟ ଷ୍ଟାରଙ୍କ ଫ୍ୟାଶନକୁ ଫଲୋ କରିବା ପାଇଁ କେତେବେଳେ ବି ପଛାଇ ନଥାନ୍ତି । ତାଙ୍କ ଭଳି ଡ୍ରେସ ହେଉ କି ତାଙ୍କ ଭଳି ହେୟାର ଷ୍ଟାଇଲ ଫ୍ୟାନ୍ସମାନେ କପି କରିଥାଆନ୍ତି । ଏହିଭଳି ଯଦି ଷ୍ଟାରମାନଙ୍କ ଭଳି ଜୋତା ଚପଲ କିମ୍ବା କୌଣସି ଜିନିଷ ମିଳିଗଲା ତେବେ ସେମାନେ କୌଣସି ମୂଲ୍ୟ ଦେବା ପାଇଁ ମଧ୍ୟ ରାଜି ହୋଇଯାଆନ୍ତି । ନିଜର ଏହିଭଳି ସ୍ୱପ୍ନକୁ ପୂରା କରିବାକୁ ରବୀନା ନାମକ ଝିଅ ନିଜ ବିବାହରେ କିଛି ଏଭଳି କରିଛନ୍ତି ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିପକାଇଛି ।

ରବୀନା ନିଜ ବିବାହରେ ଦୀପିକା ପାଦୁକୋଣଙ୍କ ଭଳି ସବ୍ୟସାଚୀଙ୍କ ଡିଜାଇନ ହୋଇଥିବା ଲାଲ ବ୍ରାଇଡାଲ ଲେହେଙ୍ଗା ପିନ୍ଧିଛନ୍ତି । ସେ ସମ୍ପୂର୍ଣ୍ଣ ଭାବେ ଦୀପିକାଙ୍କ ବ୍ରାଇଡାଲ ଲୁକକୁ କପି କରିଛନ୍ତି । ଖାସ କଥା ହେଉଛି ଦୀପିକାଙ୍କ ଓଢଣୀ ଭଳି ସଂସ୍କୃତରେ ମନ୍ତ୍ର ଲେଖା ହୋଇଛି ।

ଏହାସହ ବର୍ଡର ପାଖରେ ‘ସଦା ସୌଭାଗ୍ୟବତୀ ଭବଃ’ ଲେଖା ହୋଇଛି । ଯଦିଓ ରବୀନାଙ୍କ ଗହଣା ଭିନ୍ନ ରହିଛି କିନ୍ତୁ ଡ୍ରେସ ପାଖା ପାଖି ମ୍ୟାଚ କରୁଛି ।

ଏଠାରେ ଆମେ କହି ରଖୁଛୁ ଯେ ଦୀପବୀର ବିବାହ କୋଙ୍କଣୀ ଏବଂ ସିନ୍ଧି ରୀତିନୀତିରେ କରିଥିଲେ । ସିନ୍ଧି ବିବାହରେ ଦୀପିକା ପ୍ରସିଦ୍ଧ ଡିଜାଇନର ସବ୍ୟସାଚୀଙ୍କ ଦ୍ୱାରା ଡିଜାଇନ କରାଯାଇଥିବା ନାଲି ଲେହେଙ୍ଗା ପିନ୍ଧିଥିଲେ, ଯାହାର ମୂଲ୍ୟ ପାଖାପାଖି ୮.୯୫ଲକ୍ଷ ଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More