Only for Entertainment

‘କେଜିଏଫ ୨’ରେ ବଲିଉଡ ଷ୍ଟାରର୍ସ, ସଂଜୟ ଦତ୍ତଙ୍କ ପରେ ଏବେ ରବୀନା ଟଣ୍ଡନଙ୍କୁ ନେବା ପାଇଁ ପ୍ରସ୍ତୁତି କରୁଛନ୍ତି ମେକର୍ସ

BizAsia
129

୨୦୧୮ରେ ରିଲିଜ ହୋଇଥିବା କନ୍ନଡ ଫିଲ୍ମ କେଜିଏଫ ବକ୍ସ ଅଫିସରେ ଖୁବ ଧମାଲ କରିଥିଲା । ଫିଲ୍ମର ହିନ୍ଦୀ ଭର୍ସନକୁ ମଧ୍ୟ ଦର୍ଶକଙ୍କ ଜବରଦସ୍ତ ରେସ୍ପନ୍ସ ମିଳିଥିଲା । ଫିଲ୍ମର ସଫଳତାକୁ ଦେଖି ଏବେ ମେକର୍ସ ଏହାର ଦ୍ୱିତୀୟ ପାର୍ଟ ନିର୍ମାଣ କରିବାକୁ ଯାଉଛନ୍ତି । ଏହି ଫିଲ୍ମ ପାଇଁ ନିର୍ମାତା ନାମୀ ବଲିଉଡ କଳାକାରଙ୍କୁ ନେବା ପାଇଁ ପ୍ଲାନିଂ କରୁଛନ୍ତି । କିଛି ଦିନ ପୂର୍ବେ ଖବର ଶୁଣିବାକୁ ମିଳିଥିଲା ଯେ, ସଂଜୟ ଦତ୍ତଙ୍କୁ କେଜିଏଫର ସେକେଣ୍ଡ ପାର୍ଟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଆପ୍ରୋଚ କରାଯାଇଛି । ଏବେ ସଂଜୟ ଦତ୍ତଙ୍କ ପରେ ଅଭିନେତ୍ରୀ ରବୀନା ଟଣ୍ଡନଙ୍କୁ ମଧ୍ୟ ଫିଲ୍ମରେ କାଷ୍ଟ କରିବା ପାଇଁ ମେକର୍ସ ପ୍ଲାନ କରୁଛନ୍ତି ।

raveena

ରିପୋର୍ଟ ଅନୁସାରେ ଫିଲ୍ମ କେଜିଏଫ ୨ ପାଇଁ ମେକର୍ସ ରବୀନାଙ୍କୁ ଆପ୍ରୋଚ କରିଛନ୍ତି । ଯଦି ଏହି ଖବର ସତ ହୁଏ ତେବେ ରବୀନା କନ୍ନଡ ଫିଲ୍ମ ଜରିଆରେ ପୁଣିଥରେ କମବ୍ୟାକ କରିବେ । ଏହା ମଧ୍ୟ ଖବର ଆସୁଛି ଯେ, ସଂଜୟ ଦତ୍ତ ଫିଲ୍ମ ପାଇଁ ହଁ ଭରିଛନ୍ତି । କିନ୍ତୁ ଏହି ବିଷୟରେ ଏବେ ଅଫିସିଆଲ ଭାବେ ସୂଚନା ଦିଆଯାଇନାହଁ ।

 

କେଜିଏଫକୁ କନ୍ନଜ ସିନେମା ଇତିହାସର ସବୁଠାରୁ ବଡ ଫିଲ୍ମ । କ୍ରିଟିକ୍ସ ମଧ୍ୟ ଫିଲ୍ମକୁ ଭଲ ରେସ୍ପନ୍ସ ଦେଇଛନ୍ତି । ଫିଲ୍ମରେ ୟଶଙ୍କ ଅଭିନୟକୁ ଦର୍ଶକ ବେଶ ପ୍ରଶଂସା କରିଛନ୍ତି । ଏହି ଫିଲ୍ମ ପରେ ୟଶ ସାଉଥ ଇଣ୍ଡିଆର ବଡ ଷ୍ଟାର ପାଲଟି ଯାଇଛନ୍ତି ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More