Only for Entertainment

ଜାୟରା ୱସିମଙ୍କ ନର୍ଣ୍ଣୟକୁ ନେଇ ରାଗିଲେ ରବୀନା ଟଣ୍ଡନ, କହିଲେ ‘ଫରକ ପଡେ ନାହିଁ’

google
35

ବଲିଉଡ ଅଭିନେତା ଆମୀର ଖାନଙ୍କ ଫିଲ୍ମ ‘ଦଙ୍ଗଲ’ରୁ କ୍ୟାରିଅର ଆରମ୍ଭ କରିଥିବା ଅଭିନେତ୍ରୀ ଜାୟରା ୱସିମ ରବିବାର ଇଣ୍ଡଷ୍ଟ୍ରୀ ଛାଡିବା ପାଇଁ ଘୋଷଣା କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି । ଏହାର ସୂଚନା ଜାୟରା ନିଜଡ ସୋସିଆଲ ମିଡିଆ ଜରିଆରେ ଦେଇଥିଲେ । ଜାୟରାଙ୍କ ମତରେ ଆକ୍ଟିଂ ତାଙ୍କ ଧର୍ମ ମଝିରେ ଆସୁଛି । ଜାୟରାଙ୍କ ବଲିଉଡ ଛାଡିବା ପରେ ଅଭିନେତ୍ରୀ ରବୀନା ଟଣ୍ଡନଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।

ରବୀନା ଟ୍ୱିଟ କରି ଲେଖିଛନ୍ତି, ‘ଯେଉଁମାନେ ମାତ୍ର ଦୁଇଟି ଫିଲ୍ମରେ କାମ କରି ଇଣ୍ଡଷ୍ଟ୍ରୀ ପ୍ରତି ନିଜର କୃତଞ୍ଜତା ଜାହିର କତରନ୍ତି ନାହିଁ ସେପରି ଲୋକ ଇଣ୍ଡଷ୍ଟ୍ରୀ ଛାଡି ଦେଲେ କିଛି ଫରକ ପଡେ ନାହିଁ । ସେମାନେ କୁହନ୍ତି ନାହିଁ ଯେ ଏ ଠାରୁ ତାଙ୍କୁ କ’ଣ ମିଳିଛି । ଆଶା ରହିଛି ଯେ ସେମାନେ ଶାନ୍ତିରେ ଏଠାରୁ ପଳାନ୍ତୁ । ନିଜର ଓଲଟା ରାସ୍ତାରେ ଚାଲୁଥିବା ବ୍ୟକ୍ତି ନିଜକୁ ସେହିଠାରେ ହିଁ ସିମୀତ କରି ରଖନ୍ତୁ । ’

କହିରଖୁଛୁ ଯେ, ଜାୟରା ଫିଲ୍ମ ‘ଦଙ୍ଗଲ’ରୁ ନିଜ ଫିଲ୍ମ କ୍ୟାରିଅର ଆରମ୍ଭ କରିଥିଲେ । ଫିଲ୍ମରେ ଜାୟରା ଆମୀରଙ୍କ ଝିଅ ଭୂମିକାରେ ନଜର ଆସିଥିଲେ । ନିକଟରେ ଜାୟରା ‘ଦ ସ୍କାଏ ଇଜ ପିଙ୍କ’ର ସୁଟିଂ ଶେଷ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More