କନ୍ନଡ ଫିଲ୍ମ କେଜିଏଫ୍ ପ୍ରଥମ ଭାଗ ବ୍ଲକବଷ୍ଟର ହିଟ୍ ହେବା ପରେ ନିର୍ମାତା ଏହାର ଦ୍ୱିତୀୟ ଭାଗ ତିଆରି କରିବାର ନିଷ୍ପତି ନେଇଥିଲେ । ଏବେ ଏହାର ସିକ୍ୱେଲର କାମ ଖୁବ୍ ଜୋରରେ ଚାଲିଛି । ଏବେ ଏହି ଫିଲ୍ମରେ ବଲିଉଡ୍ ଅଭିନେତ୍ରୀ ରବୀନା ଟଣ୍ଡନଙ୍କୁ ଦେଖିବାକୁ ମିଳିବ ।
ରବୀନାଙ୍କୁ ଏହି ଫିଲ୍ମରେ ଭାରତର ପୂର୍ବ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଦେଖିବାକୁ ମିଳିବ । ଫିଲ୍ମରେ ରବୀନାଙ୍କ ଏହି ଚରିତ୍ରଟି ଖୁବ୍ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଇଛି । ଏହି ଫିଲ୍ମର ସୁଟିଂ ବର୍ତ୍ତମାନ ଆରମ୍ଭ ହୋଇଗଲାଣି । ଏହାର ସିିକ୍ୱେଲ ଫିଲ୍ମର ପ୍ରଥମ ଭାଗ ତୁଳନାରେ ବଡ ଓ ଉନ୍ନତ ହେବ ବୋଲି କୁହାଯାଉଛି । ବଡ ବଜେଟର ଏହି ପିରିୟଡ ଡ୍ରାମାକୁ ପ୍ରଶାନ୍ତ ନୀଲ ନିର୍ଦ୍ଦେଶନା ଦେଉଛନ୍ତି । କେଜିଏଫ୍ର ଦ୍ୱୀତିୟ ଭାଗକୁ ଫ୍ୟାନମାନେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ।
ଶୁଣିବାକୁ ମିଳୁଛି କି, ରବୀନାଙ୍କ ବ୍ୟତିତ ଏହି ଫିଲ୍ମରେ ସଂଜୟ ଦତ୍ତଙ୍କୁ ବି ଦେଖିବାକୁ ମିଳିପାରେ କିନ୍ତୁ ସଂଜୟଙ୍କ କାଷ୍ଟିଂକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଅଫିସିଆଲ ବୟାନ ଆସିନାହିଁ । ସେଥିପାଇଁ ସଞ୍ଜୟଙ୍କ ଏଥିରେ ଅଭିନୟ କରିବେ କି ନାଁ ଏହାକୁ ନେଇ ସସପେନ୍ସ ରହିଛି । କିଛି ଦିନ ହେବ କେଜିଏଫ୍ର ମୁଖ୍ୟ ଚରିତ୍ର ୟଶଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହାକୁ ଦେଖି ଜଣା ପଡୁଛି ଯେ କେଜିଏଫ୍ ପାଇଁ ଦର୍ଶକ କେତେ ଉକଣ୍ଠାର ସହ ଅପେକ୍ଷା କରିଛନ୍ତି ।