ସହିଦ୍ ହୋଇଥିବା ଯବାନଙ୍କ ପିଲାଙ୍କୁ ଶିକ୍ଷା ଦେବାରେ ସାହାଯ୍ୟ କରିବେ ରବିନା ଟଣ୍ଡନ !
ବଲିଉଡ୍ ଅଭିନେତ୍ରୀ ରବିନା ଟଣ୍ଡନ ପୁଲଓ୍ଵାମା ଆକ୍ରମଣରେ ସହିଦ୍ ହୋଇଥିବା ଯବାନମାନଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଛନ୍ତି । ରବିନା ସହିଦ୍ ଯବାନମାନଙ୍କ ପିଲାମାନଙ୍କୁ ପଢ଼ିବାରେ ସାହାଯ୍ୟ କରିବେ ବୋଲି କହିଛନ୍ତି ।
ବୁଧବାର ଏକ ସାକ୍ଷାତକାରେ, ଏଭଳି ପରିସ୍ଥିତିରେ ସମସ୍ତଙ୍କୁ ଆଗକୁ ଆସିବାକୁ ହେବ । ଯେତେ ସମ୍ଭବ ସାହାଯ୍ୟ କରି ପାରିବେ, ତାହା କରିବା ଦରକାର । ମୁଁ ଯବାନମାନଙ୍କ ପିଲମାନଙ୍କୁ ଖାସ୍ କରି ଝିଅମାନଙ୍କୁ ପଢ଼ାଇବାର ଦାୟିତ୍ୱ ନେଇଛି । କେବଳ ପୁଲଓ୍ଵାମାରେ ସହିଦ୍ ହୋଇଥିବା ଯବାନ ନୁହନ୍ତି, ପୂର୍ବରୁ ସହିଦ୍ ହୋଇଥିବା ଯବାନମାନଙ୍କ ପିଲାମାନଙ୍କୁ ଶିକ୍ଷା ଦେବା ପାଇଁ ଆମ ଫାଉଣ୍ଡେସନ ସାହାଯ୍ୟ କରିବ ବୋଲି ରବିନା କହିଛନ୍ତି । ରବିନାଙ୍କ ପୂର୍ବରୁ ଅକ୍ଷୟ କୁମାର, ସଲମାନ ଖାନ୍ ଏବଂ ଅମିତାଭ ବଚ୍ଚନ ସହିଦ୍ ଯବାନମାନଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ ।