Only for Entertainment

ବର୍ଷାରେ ପିଲାଙ୍କୁ ଭିଜୁଥିବାର ଦେଖି କାରରୁ ଓହ୍ଲାଇଲେ ରବି କିଶନ, ଏଭଳି କଲେ ସାହାଯ୍ୟ !

366

ଅଭିନେତା ଏବଂ ଭାରତୀୟ ଜନତା ପାର୍ଟିର ସାଂସଦ ରବି କିଶନ ଅଚାନକ କାରରୁ ଓହ୍ଲାଇ ପଡିଥିଲେ ଯେତେବେଳେ କିଛି ସ୍କୁଲ ପିଲାଙ୍କୁ ଭିଜୁଥିବାର ଦେଖିଥିଲେ । ରବି କିଶନ କେବଳ ପିଲାଙ୍କୁ ବର୍ଷାରୁ ଭିଜୁଥିବାରୁ ବଂଚାଇ ନଥିଲେ ବରଂ ସେମାନଙ୍କୁ ସେମାନଙ୍କ ଘରେ ମଧ୍ୟ ପହଂଚାଇଥିଲେ ।

ଅସଲରେ ସେ ଶୁକ୍ରବାର ଦିନ ଟ୍ୱିଟ କରି କହିଥିଲେ, ‘ଆଜି ଘରୁ ସଂସଦକୁ ଯାଉଥିଲେ , ରାସ୍ତାରେ ପିଲାମାନଙ୍କ ଚିତ୍କାର ଶୁଣିବାକୁ ପାଇଥିଲେ । ବାହାରେ ଦେଖିଲେ ସ୍କୁଲର ଛୋଟ ପିଲାଙ୍କ ବାହାନ ଦୁର୍ଘଟଣାଗ୍ରସ୍ତ ହୋଇଯାଇଥିଲା । ଯାହାକୁ ଦେଖି ସେ ନିଜକୁ ରୋକି ପାରିନଥିଲେ । ଏହି କାରଣରୁ ସେ ପିଲାମାନଙ୍କୁ ସାହାଯ୍ୟ କରିବା ପାଇଁ ଯାଇଥିଲେ ଏବଂ ପିଲାଙ୍କୁ ସୁରକ୍ଷିତ ଭାବେ ଘରେ ପହଂଚାଇଥିଲେ ।

ଏଠାରେ ଆମେ ଜଣାଇ ରଖୁଛୁ ଯେ ଦ୍ୱାରକା ସେକ୍ଟର-୮ସ୍ଥିତ କ୍ୱିନ୍ସ ବେଲି ସ୍କୁଲର ପିଲା ଛୁଟି ପରେ ଯେତେବେଳେ ଭ୍ୟାନରେ ଘରକୁ ଯାଉଥିଲେ ବର୍ଷା ହେଉଥିଲା ,ଯେଉଁକାରଣରୁ ତାଙ୍କ ଭ୍ୟାନ ଦୁର୍ଘଟଣାଗ୍ରସ୍ତର ଶିକାର ହୋଇଯାଇଥିଲା । ଏହାପରେ ଭ୍ୟାନରୁ ବାହାରି ପିଲା ବର୍ଷାରେ ଓଦା ହେଉଥିଲେ ଏବଂ ଜୋର ଜୋର କାନ୍ଦୁଥିଲେ ଯାହାକୁ ଦେଖି ରବି କିଶନ ଅଟକି ଯାଇଥିଲେ ।

ରବିକିଶନଙ୍କ ଏହି ଫଟୋକୁ ଦେଖି ଲୋକମାନେ ମାନେ ତାଙ୍କର ଖୁବ ପ୍ରଶଂସା କରୁଛନ୍ତି । ଏଠାରେ ଆମେ କହି ରଖୁଛୁ ଯେ ଭୋଜପୁରୀ ସିନେମାର ସୁପରଷ୍ଟାର ରବି କିଶନ ଗୋରଖପୁରର ସାଂସଦ ଅଟନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More