Only for Entertainment

ନିମରତଙ୍କ ସହ ଅଫେୟାରକୁ ନେଇ ମୁହଁ ଖୋଲିଲେ ଭାରତୀୟ କ୍ରିକେଟ ଟିମ କୋଚ ରବି ଶାସ୍ତ୍ରୀ !

0 48

କିଛି ସମୟ ପୂର୍ବେ ଭାରତୀୟ କ୍ରିକେଟ ଟିମ କୋଚ ରବି ଶାସ୍ତ୍ରୀ ଏବଂ ଏୟାରଲିଫ୍ଟ ଫିଲ୍ମ ଅଭିନେତ୍ରୀ ନିମରତ କୌର ଡେଟିଂ ଖବରକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ବି-ଟାଉନରେ ଦୁହିଁଙ୍କ ସମ୍ପର୍କକୁ ନେଇ ଖବର ଉଠୁଥିବା ବେଳେ ରବି ଶାସ୍ତ୍ରୀ ଡେଟିଂ ଖବରକୁ ନେଇ ଏବେ ପାଟି ଖୋଲିଛନ୍ତି । ଏହାପୂର୍ବରୁ ଅଭିନେତ୍ରୀ ଜଣକ ନିଜ ଟ୍ୱିଟର ଅକାଉଂଟରେ ଏହାର ଉତ୍ତର ଦେଇଥିଲେ ।

ଚର୍ଚ୍ଚା ଏହାଥିଲା ଯେ ରବି ନିମରତ କୌର ଦୁହେଁ ଦୁହିଁଙ୍କୁ ଡେଟ କରୁଛନ୍ତି । ଡେଟିଂ ବ୍ୟତୀତ ଦୁହେଁ ଏହିଭଳି ଖବରକୁ ଲୁଚାଇବା ପାଇଁ ମଧ୍ୟ କାମୟାବ ହୋଇଛନ୍ତି । ଡେଟିଂ ଖବରକୁ ନେଇ ଯେତେବେଳେ ଏକ ମିଡିଆ ତାଙ୍କୁ ଫୋନ କରିଥିଲେ ସେ ଏହି ଖବର ବେକାର କହି ଟାଳି ଦେଇଥିଲେ । ଦୁହିଁଙ୍କ ସମ୍ପର୍କକୁ ନେଇ ପ୍ରଶ୍ନ କରିବାରୁ ସେ ଏହାକୁ ବେକାର କହି କହିଥିଲେ ଏସବୁ ମିଛ ।

ଏହାପୂର୍ବରୁ ନିମରତ ମଧ୍ୟ ଏହି ଲଙ୍ଗ ରିଲେସନସିପ ଖବରକୁ ଖାରିଜ କରିଛନ୍ତି । ନିମରତ ନିଜର ଟ୍ୱିଟର ଅକାଉଂଟରେ ଏହାକୁ ଶେୟାର କରିଛନ୍ତି । ସେ ଏହି ଟ୍ୱିଟରେ ଲେଖିଛନ୍ତି ଯେ ତାଙ୍କୁ ରୁଟ କେନାଲ ଆବଶ୍ୟକ, ଏବଂ ସେ ଲେଖିଛନ୍ତି ଯେ ତାଙ୍କ ନାଁରେ ଯାହା ଲେଖାଯାଉଛି ଏହା ମିଛ । ଏହା ତାଙ୍କୁ କଷ୍ଟ ଦେଉଥିବା ଲେଖିଛନ୍ତି । ସୋମବାର ନୀଳ ଅଟେ ଏବଂ ତାଙ୍କୁ ଆଇସକ୍ରିମ ପସନ୍ଦ ବୋଲି ଶେଷରେ ଲେଖିଛନ୍ତି । ଦୁହିଁ ପ୍ରଥମଥର ୨୦୧୬ରେ ଦେଖିବାକୁ ମିଳିଥିଲା । ଅସଲରେ ଏକ ଲଗଜରୀ କାର ଦୁହିଁଙ୍କୁ ୨୦୧୫ରୁ କାର ଲଂଚରେ ନିମନ୍ତ୍ରଣ କରନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More