Only for Entertainment

ମିଡିଆକୁ ନେଇ ପ୍ରତିକ୍ରୟା ଦେଖାଇଲେ ଡ୍ରିମ ଗର୍ଲ ହେମା ମାଳିନୀ ଓ ଝିଅ ଇଷା ଦେଓଲ,କହିଲେ କାରଣ ଖୋଜିବା ପରିବର୍ତ୍ତେ ସମ୍ମାନ ଦିଅନ୍ତୁ ।

youtube
0 55

ଶ୍ରୀଦେବୀଙ୍କ ମୃତ୍ୟୁ କାରଣକୁ ନେଇ ଉଠୁଥିବା ପ୍ରଶ୍ନ ଉପରେ ମୁହଁ ଖୋଲିଛନ୍ତି ଡ୍ରିମ ଗର୍ଲ ହେବା ମାଳିନୀ । ତାଙ୍କ ବ୍ୟବତୀତ ବଲିଉଡର ଅନ୍ୟ ତାରକା ମାନେ ମଧ୍ୟ କଡ଼ା ପ୍ରତିକ୍ରିୟା ଦେଖାଇଛନ୍ତି । ହେମା ମାଳିନୀ ଇଂଷ୍ଟାଗ୍ରାମରେ ଏକ ଫଟୋ ସେୟାର କରି ଲେଖିଛନ୍ତିଯେ ତାଙ୍କ ମୃତ୍ୟୁର କାରଣର ବିଶ୍ଲେଷଣ କରିବା ପୂର୍ବରୁ ତାଙ୍କୁ ସମ୍ମାନ ଦେବା ଉଚିତ । ହେମାଙ୍କ ଭଳି ଝିଅ ଇଷା ଦେଓଲ ମଧ୍ୟ ସେହିଭଳି ପୋଷ୍ଟ କରିଛନ୍ତି ।

ହେମା ତାଙ୍କ ପୋଷ୍ଟରେ ଲେଖିଛନ୍ତି, ‘ଏକ ସୁନ୍ଦର ଝିଅ,ଟ୍ୟାଲେଟେଂଡ ଏବଂ ଗୁଣବତୀ ଶ୍ରୀଦେବୀ ହଠାତ ଆମ ମାନଙ୍କୁ ପର କରି ଚାଲି ଯାଇଛନ୍ତି’ । ବିନା ମା’ରେ ଦୁଇ ଝିଅ ଏବେ ଶୋକାକୁଳ ପରିସ୍ଥିତିରେ ଅଛନ୍ତିି । ସେମାନଙ୍କ ପ୍ରତି ସମ୍ବେଦନ ଦେଖାଇବା ଉଚିତ । ଏବେ ସମୟ ହେଉଛି ତାଙ୍କୁ ସମ୍ମାନ ଦେବା ପାଇଁ ।

ଇଷା ମଧ୍ୟ ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଲେଖିଛନ୍ତିଯେ,ଶୀଦେବୀ ତାଙ୍କ ଜୀବନରେ ପୂରା ସମ୍ମାନର ସହିତ ବଂଚିଛନ୍ତି । ଏଭଳି ଟ୍ୟାଲେଟେଂଡ ଏବଂ ପ୍ରାଇଭେଟ ଲୋକଙ୍କୁ ରିପୋର୍ଟିଙ୍ଗ କରିବା ସମୟରେ ସାମାନ୍ୟ ସମ୍ବେଦନ ରହିବା ଉଚିତ । ଦୟାକରି ତାଙ୍କ ଦୁଇ ଛୋଟ ପିଲାଙ୍କ ବିଷୟରେ ଭାବନ୍ତୁ ଯେଉଁମାନେ ତାଙ୍କ ମା’ଙ୍କୁ ହରାଇଛନ୍ତି । ଆମେ ସମସ୍ତେ ତାଙ୍କୁ ଭଲ ପାଉ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More