Only for Entertainment

ପ୍ରିୟଙ୍କାଙ୍କ ଦୋଷୀ ମାନଙ୍କୁ ଏନକାଉଂଟର କରିବା ପରେ ପ୍ରତିକ୍ରିୟା ରଖିଲେ ଋଷି କପୂର

50

ଚାରି ଅଭିଯୁକ୍ତ ଆଜି ପୁଲିସ ଏନକାଉଣ୍ଟରରେ ନିହତ ହେବା ପରେ ବଲିଉଡ କଳାକାରମାନେ ନିଜ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ବଲିଉଡର ବରିଷ୍ଠ କଳାକାର ଋଷି କପୁର ନିଜର ଟୁଇଟରରେ ଲେଖିଛନ୍ତି ‘ସାବାସ ତେଲେଙ୍ଗାନା ପୁଲିସ୍ , ମୋର ଅଭିନନ୍ଦନ।’

ବରିଷ୍ଠ ଅଭିନେତା ଅନୁପମ ଖେର ନିଜର ଟୁଇଟରରେ ଲେଖିଛନ୍ତି ‘ପ୍ରିୟଙ୍କା ରେଡିଙ୍କ ସହ ଗଣ ଦୁଷ୍କର୍ମ କରି ତାଙ୍କୁ ହତ୍ୟା କରିବା ଘଟଣାରେ ସମ୍ପୃକ୍ତ ଚାରି ଅଭିଯୁକ୍ତଙ୍କୁ ପୁଲିସ୍ ଏନକାଉଣ୍ଟର କରିଥିବାରୁ ଅଭିନନ୍ଦନ ଏବଂ ଜୟ ହୋ ତେଲେଙ୍ଗାନା ପୁଲିସ୍।’ ଯେଉଁମାନେ ଏହି ଜଘନ୍ୟ ଅପରାଧୀଙ୍କ ବିରୁଦ୍ଧରେ ସ୍ବର ଉତ୍ତୋଳନ କରିଥିଲେ ଏବଂ କଠୋର ଶାସ୍ତି ଲାଗି ଦାବି କରିଥିଲେ, ସେମାନେ ମୋ’ ସହିତ ଜୋରରେ କୁହନ୍ତୁ ଜୟ ହୋ’

ଠିକ୍ ସେହିପରି ବଲିଉଡର ଜଣାଶୁଣା ଅଭିନେତା ଡିନୋ ମୋରେଆ ନିଜର ପ୍ରତିକ୍ରିୟା ପ୍ରକାଶ କରି ଟୁଇଟରରେ ଲେଖିଛନ୍ତି ‘ଉପଯୁକ୍ତ ନ୍ୟାୟ ମିଳିଛି।’

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More