Only for Entertainment

ଡ଼ରି ଗଲ କି? ଫିଲ୍ମ ରିଲିଜ୍‌କୁ ଅନୁମତି ନ ମିଳିବା ପରେ ଫିଲ୍ମ ନିର୍ମାତାସନ୍ଦିପ ସିଂହଙ୍କ ପ୍ରତିକ୍ରିୟା

28

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜୀବନୀକୁ ନେଇ ନିର୍ମାଣ କରାଯାଇଥିବା ଫିଲ୍ମ ପିଏମ୍‌ ନରେନ୍ଦ୍ର ମୋଦୀକୁ ନେଇ ଆରମ୍ଭ ହୋଇଥିବା ବିବାଦ ଏ ପର୍ଯ୍ୟନ୍ତ ଥମି ନାହିଁ । ପ୍ରଥମେ ଫିଲ୍ମର ରିଲିଜ୍‌ ତାରିଖ ଏପ୍ରିଲ ୫ରେ ରଖା ଯାଇଥିବା ବେଳେ ଏହାକୁ ନେଇ ବିରୋଧି ଦଳ ଆପତ୍ତି ଉଠାଇଥିଲା । ଫିଲ୍ମଟି ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁଥିବା ନେଇ ଅଭିଯୋଗ ଅଣାଯିବା ପରେ ଫିଲ୍ମର ରିଲିଜ୍‌ ତାରିଖକୁ ପରିବର୍ତ୍ତନ କରାଯାଇ ଏପ୍ରିଲ ୧୧କୁ କରାଯାଇଥିଲା । କିନ୍ତୁ ପରେ ନିର୍ବାଚନ କମିସନ ଫିଲ୍ମର ରିଲିଜ୍‌ ଉପରେ ରୋକ୍‌ ଲଗାଇଥିଲେ । ଫିଲ୍ମର ରିଲିଜ୍‌ ଉପରେ ରୋକ୍‌ ଲଗାଯିବା ପରେ ଫିଲ୍ମର ନିର୍ମାତା ଏବଂ ନିର୍ଦ୍ଦେଶକ ଖୋଲା ଖୋଲି ଭାବରେ ସାମ୍ନାକୁ ଆସିଛନ୍ତି ।

ଫିଲ୍ମର ନିର୍ମାତା ସନ୍ଦିପ ସିଂହଙ୍କ କହିବା ଅନୁଯାୟୀ, ଏହି ଫିଲ୍ମ ମୋଦୀ ବା ଭୋଟରଙ୍କୁ ଧ୍ୟାନରେ ରଖି ତିଆରି କରାଯାଇ ନାହିଁ । ଏହା ଏକ ଅନୁପ୍ରାଣିତ କଲା ଭଳି କାହାଣୀ ହୋଇଥିବାରୁ ମୁଁ ଏହାକୁ ନିର୍ମାଣ କରିବାକୁ ଚିନ୍ତା କରିଥିଲି । ଯଦି ଏହାକୁ ନିର୍ବାଚନୀ ପ୍ରଚାରର ନାଁ ଦିଆ ଯାଉଛି, ତେବେ ସବୁ ଦଳ ନିଜ ନିଜର ପ୍ରଚାର ବନ୍ଦ କରି ଦେବା ଦରକାର । ବିବାଦ କରୁଥିବା ଲୋକ ଡ଼ରି ଯାଇଛନ୍ତି ବୋଲି କହିଥିଲେ ସନ୍ଦିପ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More