Only for Entertainment

ଏହି କାରଣରୁ ଖରାପ ସମ୍ପର୍କକୁ ମଧ୍ୟ ଭାଙ୍ଗିନଥାନ୍ତି ମହିଳା

Globa
0 155

ସମ୍ପର୍କରେ ମନୋମାଳିନ୍ୟ ଦେଖାଦେବା ସ୍ୱଭାବିକ । ଅନେକ ସମ୍ପର୍କରେ ଦେଖାଯାଇଥାଏ ପୁରୁଷ ନିଜ ମହିଳା ସାଥୀଙ୍କ ସହିତ ଭଲ ବ୍ୟବହାର କରିନଥାନ୍ତି । କିନ୍ତୁ ମହିଳା ଏହି ସମ୍ପର୍କକୁ ଯୋଡିବା ପାଇଁ ସବୁ ପ୍ରକାର ପ୍ରୟାସ କରିଥାନ୍ତି । ଏନେକ ଥର ଭୁଲ ନଥାଇ ମଧ୍ୟ ଝିଅମାନେ ହାର ମାନି ନିଜ ଗର୍ବକୁ ଗୁରୁତ୍ୱ ନଦେଇ ସମ୍ପର୍କକୁ ପ୍ରଧାନ୍ୟ ଦେଇଥାନ୍ତି । ଏହା ପଛରେ ଝିଅମାନଙ୍କର ଏକ ସକରାତ୍ମକ ମନୋବୈଜ୍ଞାନିକ ଭାବନା ରହିଥାଏ ଯାହା ସମ୍ପର୍କକୁ ଭାଙ୍ଗିବାକୁ ଦେଇନଥାଏ । ଆସନ୍ତୁ ଜାଣିବା କ’ଣ ରହିଛି ଏହାର କାରଣ ଯାହା ଫଳରେ ତିକ୍ତତା ସତ୍ତେ୍ୱ ମଧ୍ୟ ସମ୍ପର୍କକୁ ଯୋଡି ରଖିଥାନ୍ତି ମହିଳା ।

  • ମହିଳାମାନେ ନିଜ ସମ୍ପର୍କକୁ ନେଇ ସକରାତ୍ମକ ରହିଥାନ୍ତି । ସମ୍ପର୍କରେ ଥବା ତିକ୍ତତାକୁ ଏଥିପାଇଁ ଭୁଲି ଯାଆନ୍ତି କାରଣ ସେମାନେ ଭାବନ୍ତି ଗୋଟିଏ ଦିନ ସବୁକିଛି ଠିକ ହୋଇଯିବ । ଏଥିପାଇଁ ସେ ନିଜ ପୁରୁଷ ବନ୍ଧୁଙ୍କ ବିରୋଧ କରିନଥାନ୍ତି ।
  • ଗୋଟିଏ ଝିଅ ପାଇଁ ତା’ର ପରିବାର, ବନ୍ଧୁ ମହତ୍ୱପୂର୍ଣ୍ଣ ହୋଇଥାନ୍ତି । ଏପରି ସ୍ଥିତିରେ ସମ୍ପର୍କର ତିକ୍ତତାକୁ ସେମାନେ ଲୁଚାଇ ରଖିଥାନ୍ତି । କାରଣ କେହି ଯେମିତି ତାଙ୍କୁ ପ୍ରଶ୍ନ ନକରନ୍ତୁ ସମ୍ପର୍କକୁ ସମ୍ଭାଳିବା ତାଙ୍କୁ ଜଣାନାହିଁ ।
  • ଅନେକ ଝିଅମାନଙ୍କର ଏହା ବିଶେଷତ୍ୱ ଯେ ସେମାନେ ଖୁବ ଶୀଘ୍ର ରାଗକୁ ଭୁଲି ଯାଆନ୍ତି । ଏବଂ ସମ୍ପର୍କରେ ତିକ୍ତତା ଥିଲେ ମଧ୍ୟ ଭଲ ସମୟକୁ ମନେ ପକାଇ ସମ୍ପର୍କକୁ ପୂର୍ବ ପରି ଗଢିବା ପାଇଁ ଚେଷ୍ଟା କରିଥାନ୍ତି ।
  • ଝିଅମାନେ ନିଜ ଜୀବନର ସିକ୍ରେଟକୁ ସମସ୍ତଙ୍କ ସହିତ ଶେୟାର କରିନଥାନ୍ତି । ସେମାନେ ତାଙ୍କର ସବୁଠାରୁ ନିବିଡ ବ୍ୟକ୍ତିଙ୍କୁ ତାହା ବିଷୟରେ କହିଥାନ୍ତି । ଅଲଗା ହେବା ପରେ ଯଦି ତାଙ୍କର ସିକ୍ରେଟ ବାହାରକୁ ଚାଲିଯିବ ସେଥିପାଇଁ ସେମାନେ ଡରିଥାନ୍ତି । ଏହି କାରଣରୁ ଝିଅମାନେ ମନୋମାଳିନ୍ୟ ଥିବା ପରେ ମଧ୍ୟ ନିଜ ପାର୍ଟନରଙ୍କଠାରୁ ଅଲଗା ହୋଇନଥାନ୍ତି ।
  • କିଛି ଝିଅ ଏଥିପାଇଁ ମଧ୍ୟ ଅଲଗା ହୋଇନଥାନ୍ତି କରଣ ସେମାନେ ନିଜର ପ୍ରଥମ ପ୍ରେମ ସହିତ ଜୀବନ ବିତାଇବାକୁ ଚାହିଁଥାନ୍ତି ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More