Only for Entertainment

ର‌୍ୟାପରେ ଅସଲି ବିଲେଇ କଲା କ୍ୟାଟୱାକ, ଭିଡ଼ିଓ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଲୋକ ।

punjab kesari
35

କ୍ୟାଟୱାକ ନାମ ଶୁଣିବା ମାତ୍ରେ ଆଖି ସାମ୍ନାକୁ ସୁନ୍ଦରୀ ମଡେଲଙ୍କ ଚେହେରା ଆସିଯାଏ । କିନ୍ତୁ କ’ଣ କେବେ କେହି ପ୍ରକୃତ ବିଲେଇକୁ କ୍ୟାଟୱାକ କରୁଥିବାର ଦେଖିଛନ୍ତି । ଏବେ ସୋସିଆଲ ମିଡିଆରେ ଏକ ପ୍ରକୃତ ବିଲେଇ କ୍ୟାଟୱାକ କରୁଥିବାର ନଜର ଆସିଛି । ଯାହା ଏବେ ଭାଇରାଲ ହେଉଛି ।

ଏହି ଭିଡ଼ିଓ ହେଉଛି ତୁର୍କୀର ରାଜଧାନୀ ଇସ୍ତାଂବୁଲ । ର‌୍ୟାପରେ ଚାଲୁଥିବା ମଡେଲଙ୍କ ମଧ୍ୟକୁ ଏକ ବିଲେଇ ଆସିଗଲା ଏବଂ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଲା । ସେ ମଧ୍ୟ ସେଠାରେ ଚାଲୁଥିବାର ଦେଖିବାକୁ ମିଳିଛି । ତାକୁ ଏଭଳି ଦେଖି ମଡେଲ ମାନେ ନିଜର ହସକୁ ରୋକି ପାରିଲେ ନାହିଁ । ସବୁଠାରୁ ମଜାଦାର କଥା ହେଉଛି ବିଲେଇ ସେଠାକୁ କିପରି ଆସିଲା ଏହାକୁ ନେଇ ଲୋକ ବିଭିନ୍ନ କମେଂଟ ପୋଷ୍ଟ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More