Only for Entertainment

ପ୍ରଥମଥର ପାଇଁ ବଡ ପରଦାରେ ରୋମାନ୍ସ କରିବେ ଏହି ରିୟଲ ଲାଇଫ କପଲ

koimoi
0 43

ରିୟଲ ଲାଇଫ କପଲ ଅଲୀ ଫଜଲ ଏବଂ ରିଚା ଚଢା ଖୁବ ଶୀଘ୍ର ବଡ ପରଦାରେ ରୋମାନ୍ସ କରିବାକୁ ଯାଉଛନ୍ତି । ଏହା କୌଣସି ଲଭ ଷ୍ଟୋରୀ ନୁହେଁ ବରଂ ଏକ ରମ କମ ଫିଲ୍ମରେ ନଜର ଆସିବେ । ଲସ ଏଞ୍ଜେଲିସର ଏକ ନିର୍ଦ୍ଦେଶକ ଏହି ଯୋଡିଙ୍କୁ ଫିଲ୍ମରେ କାଷ୍ଟ କରିବେ । ଗତ ସପ୍ତାହରେ ଛୁଟି କଟାଇବା ପାଇଁ ଏହି ଯୋଡି ସ୍ୱିଜରଲ୍ୟାଣ୍ଡ ଗ୍ରସ୍ତରେ ଯାଇଥିବା ବେଳେ ଏହି ପ୍ରୋଜେକ୍ଟ ଫାଇନାଲ ହୋଇଥିଲା ।

ଏହା ପ୍ରଥମ ଥର ନୁହେଁ ଯେ ଅଲୀ ଏବଂ ରିଚାଙ୍କୁ ଏକା ସହିତ ଫିଲ୍ମରେ ଦେଖିବାକୁ ମିଳିବ । କିନ୍ତୁ ପ୍ରଥମ ଥର ପାଇଁ ଦୁହେଁ ପରସ୍ପରର ଅପୋଜିଟରେ କାମ କରିବେ । ଏହା ପୂର୍ବରୁ ଦୁହେଁ ଫୁକରେ ଏବଂ ଫୁକରେ ରିର୍ଟନ୍ସରେ କାମ କରିଥିଲେ ।

ali

ନ୍ୟୁଜ ପୋର୍ଟାଲ ଡିଏନଏର ଖବର ଅନୁସାରେ ରିଚା ଏବଂ ଅଲୀ ଗତ ସପ୍ତାହରେ ଜେନେଭାରେ ଫିଲ୍ମନିର୍ମାତାଙ୍କ ସହିତ ସାକ୍ଷାତ କରିବା ପାଇଁ ଯାଇଥିଲେ । ଏବଂ ଏହା ସବୁ ସେତେବେଳେ ହିଁ ଫାଇନାଲ ହୋଇଯାଇଥିଲା ।

ଫିଲ୍ମର ନାମ ଏପର୍ଯ୍ୟନ୍ତ ଫାଇନାଲ ହୋଇନାହିଁ । ଫିଲ୍ମର ସୁଟିଂ ଚଳିତ ବର୍ଷ ସେପ୍ଟେମ୍ବରରୁ ଆରମ୍ଭ ହେବ । ଏହାର ସୁଟିଂ ଭାରତ ଏବଂ ଆମେରିକାରେ ଆରମ୍ଭ ହେବ । ଗତ ବର୍ଷ ସେପ୍ଟେମ୍ବରରେ ହିଁ ଏହି ଯୋଡି ନିଜର ରିଲେସନସିପକୁ ପବ୍ଲିକ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More