Only for Entertainment

ଚମତ୍କାର ସ୍କାର୍ଫ : ଯାହାକୁ ପିନ୍ଧି ଆପଣ ମଧ୍ୟ ହୋଇଯିବେ ଗାଏବ !

STORYPIC
0 93

ଆଜି ପର୍ଯ୍ୟନ୍ତ କୌଣସି ଅଭିନେତା କି ଅଭିନେତ୍ରୀ ବିନ୍ଦାସ ଖୁଲମ ଖୁଲା ମସ୍ତି ପବ୍ଲିକରେ କରିପାରି ନାହାନ୍ତି । ସେମାନେ ଯେହେତୁ ସେଲିବ୍ରିଟି ଘରୁ ଗୋଡ କାଢିବା ମାତ୍ରେ ପଛରେ ପଡିଯାଆନ୍ତି ଫଟୋଗ୍ରାଫର, ଏବଂ ତାଙ୍କର ଫଟୋ ନେଇ ସେଲିବ୍ରିଟିଙ୍କର ପ୍ରାଇଭେସି ଓ ଖୁସିକୁ ବରବାଦ କରିଦିଅନ୍ତି । କିନ୍ତୁ ଏବେ ଆଉ ଏପରି ହୋଇପାରିବ ନାହିଁ । ଏବେ ମାର୍କେଟରେ ଏଭଳି ଏକ ସ୍କାର୍ଫ ଆସିଛି ଯାହାକୁ ପିନ୍ଧିଲା ପରେ ଫଟୋଗ୍ରାଫରଙ୍କ ନଜରରୁ ବଂଚି ସେଲିବ୍ରିଟିମାନେ ନିଜ ଜୀବନର ମଜା ନେଇ ପାରିବେ । ଏହି ସ୍କାର୍ଫ ଚେହେରାକୁ ଗାଏବ କରିଦେଇଥାଏ । ଏହି ନିଆରା ଚମତ୍କାର ହେଉଛି ଆଣ୍ଟି ଫ୍ଲେଶ ସ୍କାର୍ଫର ।

ଆଜ୍ଞା ହଁ, ଏବେ କ୍ୟାଟରିନା ସ୍ପେନରେ ହୁଅନ୍ତୁ କି ଦୀପିକା-ରଣବୀର ମୁମ୍ବାଇର କୌଣସି ସାଧାରଣ ରେଷ୍ଟୁରାଂଟରେ ବିନା କିଛି ବାଧାରେ ଆନନ୍ଦ ଉଠାଇ ପାରିବେ । କାରଣ ଏହି ସ୍କାର୍ଫ ପାଖରେ ରଖିବେ ତେବେ ତାଙ୍କର ଲୁଚି କରି ଯେଉଁ ଫଟୋ ଉଠାଯାଇଥାଏ ଏବଂ ପରଦିନ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟେ । ତାହା ଆଉ ହୋଇ ପାରିବ ନାହିଁ । କାରଣ ଫଟୋରେ ତାଙ୍କ ମୁହଁ ଆସିବ ନାହିଁ ।

ହଲାଣ୍ଡର ଫ୍ୟାଶନ ବ୍ୟବସାୟୀ ସେଫ ସିଦ୍ଦିକ ଏହି ସ୍କାର୍ଫକୁ ପ୍ରସ୍ତୁତ କରିଛନ୍ତି । ସେ ଏହି ସ୍କାର୍ଫକୁ କ୍ରାନ୍ତିକାରୀ ବତାଇ କହିଛନ୍ତି ଯେ ସ୍କାର୍ଫ ଲୋକଙ୍କ ଗୋପନୀୟତାକୁ ରକ୍ଷା କରିବ ଏବଂ ବ୍ୟକ୍ତି କୌଣସି ଅସୁବିଧାର ସମ୍ମୁଖୀନ ହେବ ନାହିଁ । ଏହି ସ୍କାର୍ଫକୁ ହଲିଉଡର ଅନେକ କଳାକାର ବ୍ୟବହାର କରିବା ଆରମ୍ଭ ମଧ୍ୟ କରିସାରିଲେଣି । ଏହି କଳାକାରଙ୍କ ମଧ୍ୟରୁ କ୍ୟାମରନ ଡିଆଜ ଏବଂ ଜେରୋମ ବାଓଟେଂଗଙ୍କ ଭଳି ଫୁଟବଲ ଖେଳାଳି ମଧ୍ୟ ନିଜର ଗୋପନୀୟତାକୁ ରକ୍ଷା କରିବା ଲାଗି ଏହି ସ୍କାର୍ଫର ବ୍ୟବହାର କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More